25.1 C
Bhubaneswar
Thursday, December 26, 2024
Homeଅପରାଧଶ୍ୱଶୁରଙ୍କ ଗଳାକାଟି ହତ୍ୟା କଲେ ଶାଶୂ; କାହିଁକି ଜାଣିଛନ୍ତି....

ଶ୍ୱଶୁରଙ୍କ ଗଳାକାଟି ହତ୍ୟା କଲେ ଶାଶୂ; କାହିଁକି ଜାଣିଛନ୍ତି….

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଜଣେ ୪୦ ବର୍ଷୀୟା ମହିଳା ନିଜ ସ୍ୱାମୀର ଗଳାକାଟି ହତ୍ୟା କରିଛି । ହତ୍ୟାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ମହିଳାଙ୍କ ସ୍ୱାମୀ ନିଜର ୧୯ ବର୍ଷୀୟା ବୋହୂ ଉପରେ ଖରାପ ଦୃଷ୍ଟି ପକାଇଥିଲେ । ବୋହୂ ସହିତ ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ । ତେଣୁ ବୋହୂକୁ ଯୌନ ପିପାସୁ ଶ୍ୱଶୁର କବଳରୁ ରକ୍ଷା କରିବାକୁ ଯାଇ ଉଗ୍ରରୂପ ଧାରଣ କରିଥିଲେ ଶାଶୁ । ଶୋଇଥିବା ଅବସ୍ଥାରେ ନିଜ ସ୍ୱାମୀକୁ କୁରାଢୀରେ ହାଣି ହତ୍ୟା କରିଥିଲେ । ବଦୌନ ଜିଲ୍ଲାରେ ଏହି ହତ୍ୟାକାଣ୍ଡ ଘଟିିଛି । ଘଟଣାଟି ଅଗଷ୍ଟ ୧୪ ତାରିଖର । ବଦୌନ ଅଞ୍ଚଳର ୪୩ ବର୍ଷୀୟ ତେଜେନ୍ଦର ସିଂହଙ୍କୁ ଶୋଇଥିବା ଅବସ୍ଥାରେ ହତ୍ୟା କରାଯାଇଥିଲା । ପୋଲିସ ପଚରାଉଚରା କରିବାରୁ କେହି ଅଜଣା ବ୍ୟକ୍ତି ଆସି ତେଜେନ୍ଦରଙ୍କୁ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । ହେଲେ ଘଟଣାର ତଦନ୍ତ ପରେ ପ୍ରକୃତ ସତ ସାମ୍ନାକୁ ଆସିଥିଲା । ଅନ୍ୟ କେହି ନୁହେଁ ସ୍ତ୍ରୀ ମିଥିଳେଶ ଦେବୀ ହିଁ ସ୍ୱାମୀକୁ ହତ୍ୟା କରିଥିବା ଜଣାପଡିଥିଲା ।

ଅଭିଯୁକ୍ତ ମହିଳା ପ୍ରଥମେ ଏକଥା ଖଣ୍ଡନ କରିଥିବା ବେଳେ ପରେ ନିଜର ଦୋଷ ସ୍ୱୀକାର କରିଥିଲେ । ତେବେ ହତ୍ୟାକାଣ୍ଡର କାରଣ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ । ଅଭିଯୁକ୍ତ ମହିଳା ପୋଲିସ ଆଗରେ କହିଥିଲେ ଯେ, ତାଙ୍କର ସ୍ୱାମୀ ୧୯ ବର୍ଷୀୟା ବୋହୂ ସହିତ ଶାରିରୀକ ସମ୍ପର୍କ ରଖିବାକୁ ଚାହୁଁଥିଲା । ଏଥିପାଇଁ ବୋହୂକୁ ରାଜି କରାଇବାକୁ ସେ ତାଙ୍କୁ ସବୁବେଳେ ମାରପିଟ୍ କରୁଥିଲା । ତେଣୁ ବୋହୂକୁ ଯୌନ ଶୋଷଣରୁ ବଞ୍ଚାଇବାକୁ ଯାଇ ସେ ଏଭଳି ଜଘନ୍ୟ କାଣ୍ଡ ଘଟାଇଥିଲେ । ୧୪ ତାରିଖ ରାତିରେ ସ୍ୱାମୀ ତେଜେନ୍ଦର ସିଂହ ନିଶାସକ୍ତ ଅବସ୍ଥାରେ ଶୋଇଥିବା ବେଳେ ସେ ଏକ କୁରାଢୀରେ ତାଙ୍କର ବେକକୁ କାଟି ଦେଇଥିଲେ । ଏଥିରେ ଘଟଣାସ୍ଥଳରେ ହିଁ ତେଜେନ୍ଦରଙ୍କ ମୃତ୍ୟୁ ହୋଇଯାଇଥିଲା । ପୋଲିସ ହତ୍ୟାରେ ବ୍ୟବହୃତ କୁରାଢୀ ଜବତ କରିବା ସହ ମିଥିଳେଶ ଦେବୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking