26.1 C
Bhubaneswar
Tuesday, September 17, 2024
Homeଓଡିଶାନଦୀକୁ ଡେଇଁ ବାପା-ଝିଅ ନିଖୋଜ

ନଦୀକୁ ଡେଇଁ ବାପା-ଝିଅ ନିଖୋଜ

ଭଦ୍ରକ : ୧୨ ଘଣ୍ଟା ପରେ ବି ମିଳୁନି ବାପା-ଝିଅଙ୍କ ପତ୍ତା। ନଦୀ ଭିତରେ ଖୋଜାଖୋଜି ଜାରି ରଖିଛି ଅଗ୍ନିଶମ ବାହିନୀ। ଗତକାଲି ଆଖୁଆପଦା ବୈତରଣୀ ସେତୁ ଉପରୁ ଝିଅକୁ ଧରି ନଦୀକୁ ଡେଇଁ ପଡିଥିଲେ ଵାପା । ରାତି ୯ଟାରୁ ଦୁଇ ଜଣ ଡେଇଁ ପଡିଥିବାବେଳେ ଏପର୍ଯ୍ୟନ୍ତ ଖୋଜଖବର ମିଳିନି।

ଭଦ୍ରକ ଭଣ୍ଡାରିପୋଖରୀ ବାଲିପୋଖରୀ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ନିଖୋଜ ବ୍ୟକ୍ତି ଵାଲିପୋଖରୀ ପଂଚାୟତ ପରମାନନ୍ଦ ପୁର ଗାଁର ଚନ୍ଦନ ସାହୁ । ଗତକାଲି ରାତିରେ ଵାପ ଝିଅ ଦୁହେଁ ଏକ ମୋଟରସାଇକେଲ ଯୋଗେ ଗାଁରୁ ସିଧାସଳଖ ଆସି ପୋଲ ଉପରେ ରହିଥିଲେ। ସେଠାରେ ମୋଵାଇଲ, ଜୋତା ଓ ବାଇକ ରଖି ନଦୀକୁ ଡେଇଁ ପଡିଥିଲେ । ଗତ ୨ ମାସ ତଳେ ଚନ୍ଦନଙ୍କ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା। ମାନସିକ ଭାରସାମ୍ୟ ହରାଇ ଚନ୍ଦନ ଏପରି କରିଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking