27.1 C
Bhubaneswar
Saturday, June 22, 2024
Homeଓଡିଶାମର୍ମନ୍ତୁଦ ସଡ଼କ ଦୀର୍ଘଟଣା : ୨ ମୃତ, ୪ ଗୁରୁତ୍ତର, ୧୦ ଆହତ

ମର୍ମନ୍ତୁଦ ସଡ଼କ ଦୀର୍ଘଟଣା : ୨ ମୃତ, ୪ ଗୁରୁତ୍ତର, ୧୦ ଆହତ

ଯାଜପୁର : ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ କଡେଇ ଛକ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଘଟଣା ସ୍ଥଳରେ ବସ ଡ୍ରାଇଭର ଓ କଣ୍ଡକ୍ଟରଙ୍କ ମୃତ୍ଯୁ ହୋଇଥିବା ବେଳେ ୪ ଯାତ୍ରୀ ଗୁରୁତ୍ତର ଆହତ ଓ ଦଶ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି l ସୂଚନା ମୁତାବକ ଆଜି ସକାଳ ଭୋର ୫ ଟା ସମୟରେ କଲିକତାର ଧର୍ମତାଲାରୁ ଏକ ଶ୍ୟାମଳୀ ନାମକ ଭଲଭୋ ଯାତ୍ରୀବାହି ବସ ୬୦ ଜଣ ଯାତ୍ରୀଙ୍କୁ ନେଇ ପୁରୀ ଅଭିମୁଖେ ଯାଉଥିଲା l ତେବେ କୌଣସି କାରଣରୁ ବଡ଼ଚଣା ସ୍ଥିତ କଡେଇ ଛକ ନିକଟରେ ଏକ ସିମେଣ୍ଟ ବୋଝେଇ ଟ୍ରକ ପଛପଟେ ଶକ୍ତ ଧକ୍କା ଦେଇଥିଲା l ଫଳରେ ବସରେ ଉପସ୍ଥିତ ଡ୍ରାଇଭର ଓ କଣ୍ଡକ୍ଟରଙ୍କ ଘଟଣା ସ୍ଥଳରେ ମୃତ୍ଯୁ ଘଟିଥିବାବେଳେ ୪ ଜଣ ଯାତ୍ରୀ ଗୁରୁତ୍ତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତି ହୋଇଥିଲେ ଏବଂ ଦଶ ଜଣ ସାମନ୍ୟ ଆହତ ଯାତ୍ରୀଙ୍କୁ ବଡ଼ଚଣା ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି l ଘଟଣା ସ୍ଥଳରେ ସ୍ଥାନୀୟ ବଡ଼ଚଣା ପୋଲିସ ପହଞ୍ଚି ଶବକୁ ଜବତ କରିବା ଶହ ଦୁର୍ଘଟଣା ଗ୍ରସ୍ତ ଗାଡିକୁ ମଧ୍ୟ ଜବତ କରିଛି l ତେବେ ଏହି ଯାତ୍ରୀମାନେ କଲିକତା ଅଞ୍ଚଳର ହୋଇଥିବାବେଳେ ସେମାନେ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଆସୁଥିଲେ ବୋଲି ସୂଚନା ମିଳିଛି l ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking