27.1 C
Bhubaneswar
Sunday, May 25, 2025
Homeଓଡିଶାମର୍ମନ୍ତୁଦ ସଡକ ଦୁର୍ଘଟଣା: ୫ ଗୁରୁତର

ମର୍ମନ୍ତୁଦ ସଡକ ଦୁର୍ଘଟଣା: ୫ ଗୁରୁତର

କେନ୍ଦୁଝର: କେନ୍ଦୁଝର ଜୁଡ଼ିଆ ନିକଟସ୍ଥ ସାମଲ ମୋଟର୍ସ ସମ୍ମୁଖରେ ସିରିଜ୍ ଦୁର୍ଘଟଣା । ଏକା ସାଙ୍ଗରେ ଦୁଇଟି ଟ୍ରକ୍ ଏବଂ ତିନୋଟି ବାଇକ୍‌କୁ ଧକ୍କା ଦେଲା ଆଉ ଏକ ଟ୍ରକ୍ । ତିନୋଟି ବାଇକ୍ ଭାଙ୍ଗି ଚୁରମାର ହୋଇଛି । ଦୁର୍ଘଟଣା ଫଳରେ ୫ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ସୋମବାର ସକାଳ ପ୍ରାୟ ୯ଟା ସମୟରେ ମୁମ୍ବାଇ ଠାରୁ କଲିକତା ରୋଡ୍‌ରେ ଲୁହା ପ୍ଲେଟ୍ ଲୋଡ୍ ଥିବା ଏକ ଟ୍ରକ୍ ଦ୍ରୁତଗତିରେ ଆସି ଭାରସାମ୍ୟ ହରାଇ ସାମଲ ମୋଟର୍ସ ସମ୍ମୁଖ ରାସ୍ତା କଡରେ ଠିଆ ହୋଇଥିବା ଦୁଇଟି ଟ୍ରକ୍ ଓ ତିନୋଟି ବାଇକ୍‌କୁ ଧକ୍କା ଦେଇଥିଲା । ଫଳରେ ୫ ଜଣ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking