ରାଜସ୍ଥାନର ବାଡମେର ଜିଲ୍ଲାରେ ସ୍କୁଲ ବସ୍ ଏବଂ ଡମ୍ପର ଧକ୍କା । ଫଳରେ ଜଣେ ସ୍କୁଲ ଛାତ୍ରୀ ଏବଂ ସ୍କୁଲ ପ୍ରିନ୍ସପାଲଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଛାତ୍ରୀ ଆହତ ହୋଇଛନ୍ତି । ସ୍କୁଲ ଛାତ୍ରମାନେ ଏକ ଖେଳ ପ୍ରତିଯୋଗିତାରେ ଭାଗନେବାକୁ ଯାଇଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଘଟଣା ବିଷୟରେ ସୂଚନା ମିଳିବା ପରେ ପୋଲିସ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।
ଖବର ମୁତାବକ, ରାଜସ୍ଥାନର ବାଡମେର ଜିଲ୍ଲାରେ ଥିବା ମଡେଲ ସ୍କୁଲ ଡେଟାନୀର ଛାତ୍ରମାନେ ଏକ ଖେଳ ପ୍ରତିଯୋଗିତାରେ ଭାଗ ନେବା ପାଇଁ ରାନୀଓ୍ଵାଡା ଯାଇଥିଲେ । ସେଠାରୁ ଫେରୁଥିବା ସମୟରେ ସ୍କୁଲ ବସ୍ ଏବଂ ଡମ୍ପର ମଧ୍ୟରେ ଜୋରଦାର ଟକ୍କର ହୋଇଥିଲା । ଫଳରେ ଜଣେ ଛାତ୍ରୀ ଜୀବନ ଚାଲିଯାଇଥିବା ବେଳେ ଅନେକ ଛାତ୍ରୀ ଆହତ ହୋଇଛନ୍ତି । ଆହତ ଛାତ୍ରୀଙ୍କୁ ସିଏଚସି ଗାଗାରିଆରେ ଭର୍ତ୍ତି କରାଯାଇଛି ।