31.1 C
Bhubaneswar
Friday, October 18, 2024
Homeଓଡିଶାମର୍ମନ୍ତୁଦ ସଡକ ଦୁର୍ଘଟଣା: ୨ ମୃତ

ମର୍ମନ୍ତୁଦ ସଡକ ଦୁର୍ଘଟଣା: ୨ ମୃତ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟରେ ମର୍ମନ୍ତୁଦ ଦୁର୍ଘଟଣା । ଚାଲିଗଲା ଦୁଇ ଜୀବନ । ସହରର ଆଦର୍ଶ ବିଦ୍ୟାଳୟ ନିକଟ ରାସ୍ତା କଡ଼ରେ ଘଟିଛି ଏହି ଦୁର୍ଘଟଣା । ବାଇକକୁ ଏକ ଟ୍ରକ୍ ଦ୍ରୁତଗତିରେ ଆସି ଧୋକା ଦେବାରୁ ଦୁଇଜଣଙ୍କ ମୃତ୍ୟୁ । ମୃତ ଯୁବକ ଦୁଇ ଜଣ ହେଲେ ଉମରକୋଟ ଚଢେଇଗୁଡା ଗ୍ରାମର ମହେଶ ଗଣ୍ଡ ଓ ଅଜୟ ସୁନା ।

ସୂଚନା ଥାଉକି, ଦୁର୍ଘଟଣା ପରେ ଟ୍ରକ୍‌ଟି ବାଇକ୍‌କୁ ପ୍ରାୟ ଦୁଇ ଶହ ମିଟର ଘୋଷାଡି ନେଇଥିଲା । ଟ୍ରକ୍ ତଳେ ଚାପି ରହିଥିଲା ବାଇକଟି । ଦୁର୍ଘଟଣା ପରେ ଉତ୍ୟକ୍ତ ଲୋକ ଟ୍ରକ୍‌କୁ ଭଙ୍ଗା ରୁଜା କରିଛନ୍ତି । ସଙ୍ଗେ ସଙ୍ଗେ ଉମରକୋଟ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଗୁଡ଼ିକୁ ଉଦ୍ଧାର କରି ଉମରକୋଟ ମେଡିକାଲ ପଠାଇଥିଲେ ।

ସେପଟେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ଅଟକ ରଖିଥିବା ବେଳେ ଡ୍ରାଇଭର ଫେରାର ଅଛି । ସକାଳୁ ଘଟଣା ସ୍ଥଳରେ କ୍ଷତି ପୁରଣ ଦାବିରେ ଗ୍ରାମବାସୀ ଙ୍କ ଟାୟାର ଜାଳି ରାସ୍ତା ରୋକ୍ କରିଥିଲେ । ଏବେ ସେଠାରେ ସ୍ଥିତି ସ୍ୱାଭାବିକ୍ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking