29.1 C
Bhubaneswar
Wednesday, June 26, 2024
Homeଓଡିଶାମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୧ ମୃତ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୧ ମୃତ

ନୟାଗଡ଼ : ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ଟାକେରା ଛକ ନିକଟରେ ଟ୍ରଲରକୁ ପଛରୁ ଧକ୍କା ଦେଲା ଭ୍ୟାନ୍‌ । ଫଳରେ ଦୁର୍ଘଟଣାରେ ଦୁଇ ଗାଡ଼ି ମଝିରେ ଚାପି ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁଯାଇ ଘଟଣା ସ୍ଥଳରେ ଦଶପଲ୍ଲା ଅଗ୍ନିଶମ ବାହିନୀ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଦଶପଲ୍ଲା ଡାକ୍ତରଖାନାକୁ ଭର୍ତ୍ତି କରାଯାଇଥିବାବେଳେ ଜଣକୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା । ସୂଚନା ଅନୁସାରେଆଜି ରାତି ୩ ଟା ସମୟରେ ଭ୍ୟାନ୍‌ଟି ଭାରସାମ୍ୟ ହରାଇ ଟ୍ରଲରକୁ ପଛରୁ ଧକ୍କା ଦେଇଥିଲା। ଏଥିରେ ଜଣେ ମୃତ ଓ ୪ ଜଣ ଗୁରୁତର ହୋଇଛନ୍ତି। ଗୁରୁତର ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଦୁଇ ଗାଡ଼ି ମଝିରେ ରହିଥିବା ଯୁବକଙ୍କୁ କଟର ସହାଯ୍ୟରେ କଟା ଯାଇ ବାହାର କରାଯାଇଥିଲା। ଉକ୍ତ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking