29.1 C
Bhubaneswar
Sunday, June 15, 2025
Homeଓଡିଶାମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୧ ମୃତ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୧ ମୃତ

ଯାଜପୁର : ଆଜି ସକାଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।  ଏଥିରେ ଦୁଇଜଣଙ୍କ ପ୍ରାଣହାନି ଘଟିଛି। ସୂଚନା ଅନୁଯାୟୀ, ୧୬ ନଂ ଜାତୀୟ ରାଜପଥର କୁଆଖିଆଠାରେ ସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କେନ୍ଦ୍ରାପଡ଼ା ଜିଲ୍ଲାର ଲଷ୍ମୀନାରାୟଣପୁର ଅଞ୍ଚଳର ପରେଶ କୁମାର ଦାଶ(୨୩)। ସେ କେନ୍ଦୁଝର ଆନନ୍ଦପୁର ମଣିପୁରମ ଗୋଲଡ଼ ଲୋନର କର୍ମଚାରୀ ଭାବେ କାଯ୍ୟ କରୁଥିଲେ। ସେ ମଙ୍ଗଳବାର ଦିନ ସାଙ୍ଗ ବାହାଘର ପାଇଁ ଛୁଟି ନେଇ ଯାଇଥିଲେ। ଆଜି ସେ ଭୋରୁ ବାହାଘର ସାରି କର୍ମସ୍ଥଳୀ ଆନନ୍ଦପୁରକୁ ଫେରୁଥିଲେ। ତେବେ କୌଣସି କାରଣରୁ ତାଙ୍କର ଟ୍ରକ୍ ସହ ଧକ୍କା ହେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। କୁଆଖିଆ ପୁଲିସ ମୃତଦେହ ଉଦ୍ଧାର କରି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking