28.1 C
Bhubaneswar
Sunday, May 25, 2025
Homeଓଡିଶାମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୧ ମୃତ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୧ ମୃତ

ସୁବର୍ଣ୍ଣପୁର: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ୍‌କୁ କାର୍ ଧକ୍କା ଦେବା ଫଳରେ ବାଇକ୍ ଚାଳକଙ୍କ ଜୀବନ ଚାଲିଯାଇଛି । ସୁବର୍ଣ୍ଣପୁର ସହରର ମହାନଦୀ ନିକଟ ରିଙ୍ଗ ରୋଡରେ ବାଇକ ଓ କାର ମଧ୍ୟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ, ବାଇକ ଚାଳକ ଜଣକ ହେଲେ ଜିଲ୍ଲା ପରିବହନ କାର୍ଯ୍ୟାଳୟର ସନ୍ତୋଷ କୁମାର ଗୁରୁ । ସେ ସୋନପୁର ସହର ନୂଆ ମାଲୀପଡାରେ ରହୁଥିଲେ । ଦୁର୍ଘଟଣା ପରେ ରିଙ୍ଗରୋଡରେ ଇଭିନିଙ୍ଗ ୱାକ କରୁଥିବା ଲୋକେ ସନ୍ତୋଷଙ୍କୁ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଥିଲେ । ହେଲେ ମୁଖ୍ୟଚିକିତ୍ସାଳୟର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦୁର୍ଘଟଣା ନେଇ ସୂଚନା ପାଇବା ସୋନପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking