29.1 C
Bhubaneswar
Friday, July 4, 2025
Homeଓଡିଶାମର୍ମନ୍ତୁଦ ସଡକ ଦୁର୍ଘଟଣା: ଜଣେ ମୃତ, ୨ ଗରୁତର

ମର୍ମନ୍ତୁଦ ସଡକ ଦୁର୍ଘଟଣା: ଜଣେ ମୃତ, ୨ ଗରୁତର

ଫୁଲବାଣୀ :  : ବୁଧବାର ବିଳମ୍ବିତ ରାତ୍ରରେ ସଦର ଥାନା ଅନ୍ତର୍ଗତ ବରପଦା ଗ୍ରାମ ନିକଟସ୍ଥ ଶଂଖୀକଟା ଶାଳବଣ ବୁଲାଣିରେ ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି ଓ ଜଣେ ଗୁରୁତର ହୋଇଛନ୍ତି। ମୃତ ବ୍ୟକ୍ତି ଜଣକ ହେଲେ ଖଜୁରୀପଡା ଥାନା ଅନ୍ତର୍ଗତ ବାରିକୁମ୍ପ ଗ୍ରାମର ଦିନବନ୍ଧୁ କହଁର ଏବଂ ଗୁରୁତର ବ୍ୟକ୍ତି ଜଣକ ହେଲେ ବନମାଳୀ କହଁର। ସେହିପରି  ଖଜୁରୀପଡ଼ା ଥାନା ଅଞ୍ଚଳ କନ୍ଧମାଳ ସୀମା ପାଖରେ କାର୍ ବାଇକକୁ ପଛରୁ ପିଟିଛି । ଫଳରେ ଜଣେ ଯୁବକ ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁତର ଜଣଙ୍କ ଚକାପାଦ ଲାଇନପଡ଼ା ବପଲମେଣ୍ଡି ଗାଁର ସୁକାନ୍ତ ବେହେରା ବୋଲି ଜଣାପଡ଼ିଛି।

ସୂଚନ ଅନୁଯାୟୀ, ବୁଧବାର  ସୁକାନ୍ତ ବାଇକ୍ ଯୋଗେ ଲାଇନପଡ଼ାରୁ ମାଧପୁର ଯାଉଥ‌ିବାବେଳେ ଗୋଟିଏ କାର ଦ୍ରୁତ ଗତିରେ ଆସି ବାଇକକୁ ପଛରୁ ପିଟିଥିଲା। ଫଳରେ ବାଇକ ଚାଳକ ଜଣଙ୍କ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ପଛରୁ ପିଟିଥିବା କାରରେ ବସିଥିବା ଲୋକେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକକୁ ଉଦ୍ଧାର କରି ନିକଟସ୍ଥ ବୌଦ୍ଧ ଆଡେଣିଗଡ଼ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଯୁବକର ଅବସ୍ଥା ଗୁରୁତର ହେବାରୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନକୁ ସ୍ଥାନାନ୍ତର କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking