କାଳିମେଳା: ସ୍କୁଲ୍ ଯିବାବେଳେ ଦୁର୍ଘଟଣା । ବାପା ମୃତ ପୁଅ ଗୁରୁତର । ମାଲକାନଗିରି କାଲିମେଳା ନିକଟରେ ଘଟିଛି ଏହି ଦୁର୍ଘଟଣା । ସକାଳ ୭ଟା ସମୟରେ କାଲିମେଳା ନିବାସୀ ଅଜୟ ମହାନ୍ତି ତାଙ୍କ ୧୧ବର୍ଷ ବୟସର ପୁଅକୁ ସ୍କୁଲରେ ଛାଡିବାକୁ ଯାଉଥିଲେ ।
ତେବେ ବାପା ପୁଅ ମୋଟର ସାଇକେଲରେ ଯାଉଥିବା ସମୟରେ କାଲିମେଳା ସଦର ଠାରୁ ମାତ୍ର ଏକ କିଲୋମିଟର ଦୂରରେ ମୁରମ ଗାତ ନିକଟରେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ପିକ୍ଅପ୍ ଭ୍ୟାନ୍ ସହିତ ମୁହାଁମୁହିଁ ଶକ୍ତ ଧକ୍କା ହୋଇଥିଲା । ଫଳରେ ବାପାପୁଅ ବସିଥୁବା ମୋଟର ସାଇକେଲ ଗାତ ଭିତରେ ପୋଡ଼ିଯାଇଥିଲା ।
ଫଳରେ ବାପା ଅଜୟ ମହାନ୍ତିଙ୍କ ଡାହଣ ଗୋଡ଼ରେ ମାଡ଼ ବାଜି ଜଙ୍ଘର ହାଡ଼ ଭାଙ୍ଗିଯିବା ସହ ଆଣ୍ଠୁ ତଳର ଗୋଡ଼ର ହାଡ଼ ଗୁଣ୍ଡ ହୋଇଥିଲା । ତେବେ ମୁଣ୍ଡ ପଟେ ଫାଟି ଦୁଇ ଫାଳ ହୋଇଥିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ସାଥିରେ ମୋଟସାଇକେଲ ବସିଥିବା ତାଙ୍କ ୧୧ବର୍ଷ ପୁଅ ର ବାମ ଗୋଡ଼ ହାଡ଼ ଭାଙ୍ଗିଯାଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ଘଟଣା ସ୍ଥଳରୁ ଉଦ୍ଧାର କରି କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରିବା ପରେ ଅବସ୍ତା ସଂକଟାପନ୍ନ ଯୋଗୁଁ ତାଙ୍କୁ ଜିଲ୍ଲା ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।
ମୃତ୍ୟୁ ଅଜୟ ମହାନ୍ତି ଜଣେ ଶିକ୍ଷକ ଥିଲେ। ସେ କାଲିମେଳା ବ୍ଲକ ଅନ୍ତର୍ଗତ ଭେଙ୍କଟାପାଲ୍ଲେମ ଗ୍ରାମ ପଂଚାୟତ ଅଧିନ ଏମ:ପି:ଭି: ୬୦ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଥିଲେ । ତାଙ୍କ ସ୍ତ୍ରୀ ରେଣୁଲୋତା ରାଉତ କାଲିମେଳା ଗୋପବନ୍ଧୁ ଆଞ୍ଚଳିକ ମହାବିଦ୍ୟାଳୟ +3 କଳା ବିଭାଗର ଓଡ଼ିଆ ଅଧ୍ୟାପିକା ଭାବେ କାର୍ଯ୍ୟରତ ଅଛିନ୍ତ ।