30.1 C
Bhubaneswar
Wednesday, May 28, 2025
Homeଓଡିଶାମର୍ମନ୍ତୁଦ ସଡକ ଦୁର୍ଘଟଣା: ୨୦ ଫୁଟ ତଳକୁ ଖସିଲା କାର୍

ମର୍ମନ୍ତୁଦ ସଡକ ଦୁର୍ଘଟଣା: ୨୦ ଫୁଟ ତଳକୁ ଖସିଲା କାର୍

ଭୁବନେଶ୍ବର: ରାଜଧାନୀରେ ଡବଲ କାର୍ ଦୁର୍ଘଟଣା । ଗୋଟିଏ ବମିଖାଲରେ ଘଟିଥିବା ବେଳେ ଅନ୍ୟଟି ଶିଖରଚଣ୍ଡୀ ଛକରେ ।ବମିଖାଲରେ ଓଭରବ୍ରିଜ ତଳେ ଥିବା ବିଦ୍ୟୁତ୍ ଖୁଣ୍ଟ ସହ ପିଟି ହୋଇଗଲା କାର୍ । ଦୁର୍ଘଟଣାରେ କାରଟି ଭାଙ୍ଗି ଚୁରମାର ହୋଇଯାଇଛି । ଡ୍ରାଇଭରଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇ ପ୍ରଥମେ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା । ସେଠାରୁ ତାଙ୍କୁ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ଗତକାଲି ବିଳମ୍ବିତ ରାତିରେ କାରଟି ରସୁଲଗଡ଼ ପଟୁ ଦ୍ରୁତ ଗତିରେ ଆସୁଥିଲା । ବମିଖାଲ ବ୍ରିଜ ତଳେ ଏକ ବିଦ୍ୟୁତ ଖୁଣ୍ଟରେ ବାଡ଼େଇ ହୋଇ ଓଲଟି ପଡ଼ିଥିଲା । କାରର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି

ସେହିପରି ଶିଖରଚଣ୍ଡୀ ଛକରେ ୨୦ ଫୁଟ ତଳକୁ ଖସି ପଡ଼ିଲା କାର୍ । ଶିଖରଚଣ୍ଡୀ ଗୋଲେଇ ଛକ ଡିଭାଇଡ଼ର ଭାଙ୍ଗି ତଳେ ପଡିଛି କାରଟି । କାର ଭିତରେ କେତେ ଜଣ ଥିଲେ ତାହା ସ୍ପଷ୍ଟ ହୋଇନି । ଘଟଣାସ୍ଥଳରେ ପହଞ୍ଚି ଇନଫୋସିଟି ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣାରେ କେହି ମୃତାହତ ହୋଇଥିବା ସ୍ପଷ୍ଟ ହୋଇନି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking