27.1 C
Bhubaneswar
Friday, October 18, 2024
Homeଦେଶ ବିଦେଶଭୟଙ୍କର ସଡକ ଦୁର୍ଘଟଣା; ଚାଲିଗଲା ୯ଜଣଙ୍କ ଜୀବନ

ଭୟଙ୍କର ସଡକ ଦୁର୍ଘଟଣା; ଚାଲିଗଲା ୯ଜଣଙ୍କ ଜୀବନ

ପାଟନା: ବିହାରରେ ଭୟଙ୍କର ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଟ୍ରକ ସହ ମୁହାଁମୁହିଁ ଧକ୍କା ହେଲା ସ୍କର୍ପିଓ । ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କଇମୁର ଜିଲ୍ଲାର ମୋହାନିଆ ପୋଲିସ ଷ୍ଟେସନ ଅନ୍ତର୍ଗତ ଦେବକାଳି ନିକଟରେ ଏହି ଘଟଣା ଘଟିଛି । ଦୁର୍ଘଟଣାରେ ଜଣେ ବାଇକ ଚାଳକ ଓ କାରରେ ଯାତ୍ରା କରୁଥିବା ୮ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ସୂଚନା ଅନୁଯାୟୀ, କାରଟି ସାସରାମରୁ ବାରାଣାସୀ ଆଡକୁ ଯାଉଥିଲା । ଦେବକାଳି ଗ୍ରାମ ନିକଟ ମୋହାନିଆରେ ପହଞ୍ଚିବା ସ୍କର୍ପିଓଟି ଏକ ବାଇକ୍ ଆରୋହୀଙ୍କୁ ଧକ୍କା ଦେବା ପରେ ଭାରସାମ୍ୟ ହରାଇ ରାସ୍ତାର ଅନ୍ୟ ପାର୍ଶ୍ୱକୁ ଚାଲିଯାଇଥିଲା ।

ଏହାପରେ ସାମ୍ନା ପଟୁ ଆସୁଥିବା ଏକ ଟ୍ରକ ସହ ସ୍କର୍ପିଓଟି ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ୯ ଜଣଙ୍କର ମୃତ୍ୟୁ ହୋଇଥିଲା । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତଦେହ ଗାଡିରୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ମୃତକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ସ୍କର୍ପିଓଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।

ମୋହାନିଆ ଏସଡିପିଓ ଦିଲୀପ କୁମାର କହିଛନ୍ତି, ସ୍କର୍ପିଓ ରୋହତାସ ଜିଲ୍ଲାରୁ ଆସୁଥିଲା । ଯାହା ମୋହନିଆ ଦେଇ ୟୁପି ଆଡକୁ ଯାଉଥିଲା । ସ୍ଥାନୀୟ ଲୋକଙ୍କ କହିବାନୁସାରେ, ସ୍କର୍ପିଓଟି ପ୍ରଥମେ ଏକ ବାଇକକୁ ଧକ୍କା ଦେବା ପରେ ଭାରସାମ୍ୟ ହରାଇ ଡିଭାଇଡର ପାର ହୋଇ ରାସ୍ତାର ଅନ୍ୟ ପାର୍ଶ୍ୱକୁ ଚାଲିଯାଇଥିଲା । ଏହି ସମୟରେ ସାମ୍ନା ପଟୁ ଆସୁଥିବା ଏକ ଟ୍ରକ ସହିତ ସ୍କର୍ପିଓ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ମିଳିପାରିନାହିଁ । ଏନେଇ ତଦନ୍ତ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking