26.1 C
Bhubaneswar
Tuesday, September 17, 2024
Homeଦେଶ ବିଦେଶଭୟଙ୍କର ସଡ଼କ ଦୁର୍ଘଟଣା : ଜୀବନ୍ତ ଜଳିଗଲେ ୬ ଜଣ

ଭୟଙ୍କର ସଡ଼କ ଦୁର୍ଘଟଣା : ଜୀବନ୍ତ ଜଳିଗଲେ ୬ ଜଣ

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶର ବାପାଟଲା ଜିଲାର ହାଇଦ୍ରାବାଦ-ବିଜୟୱାଡା ରାଜପଥରେ ବୁଧବାର ସକାଳେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟି ୬ ଜଣଙ୍କର ମୃତ୍ୟୁ ଘଟିଛି। ବାପାଟଲା ଠାରୁ ତେଲଙ୍ଗାନା ରାଜଧାନୀ ହାଇଦ୍ରାବାଦ ଅଭିମୁଖେ ଯାଉଥିବା ଏକ ବସ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣ ଜୀବନ୍ତ ଦଗ୍ଧ ହୋଇଥିଲେ।

ଏହି ସଡ଼କ ଦୁର୍ଘଟଣାରେ ୩୨ ଜଣ ଆହତ ହୋଇଛନ୍ତି। ଆହତମାନେ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଦକ୍ଷିଣ ରାଜ୍ୟରେ ଘଟିଥିବା ଏହି ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏଥିରେ ବସ ନିଆଁରେ ଜଳୁଥିବା ଦେଖିବାକୁ ମିଳିବ। ଧକ୍କା ହେତୁ ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା, ବସ ଏବଂ ଟ୍ରକ ସଂପୂର୍ଣ୍ଣ ଭାବେ ପାଉଁଶ ହୋଇଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking