27.1 C
Bhubaneswar
Wednesday, June 26, 2024
Homeଓଡିଶାଭୟଙ୍କର ସଡକ ଦୁର୍ଘଟଣା : ୪ ମୃତ

ଭୟଙ୍କର ସଡକ ଦୁର୍ଘଟଣା : ୪ ମୃତ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଲଛିପୁର ଗାଁ ନିକଟରେ ୧୬ ନମ୍ବର ରାଜ୍ୟ ରାଜପଥରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ୪ ଜଣଙ୍କର ମୃତ୍ୟୁ ଘଟିଛି।ମୃତକମାନେ ହେଉଛନ୍ତି ଖଡ଼ିଆଳ ସହରର ଋଷି ସାହୁ, ଶୁଭମ ମହାଉତି, ବଣ୍ଟି ଲାଲ ସିଂହ ଓ ଗୋଇମୁଣ୍ଡା ଗ୍ରାମର ଦେବରାଜ ପଟେଲେ। ଏହି ୪ ସାଙ୍ଗ ଗତକାଲି ରାତିରେ କାର ଯୋଗେ ତୁକୁଳା ଗାଁକୁ ଏକ ଜନ୍ମବାର୍ଷିକୀ ଭୋଜି ଖାଇବାକୁ ଯାଇଥିଲେ।ରାତି ପ୍ରାୟ ୧୨ଟା ବେଳେ ସେମାନେ ଖଡ଼ିଆଳ ଅଭିମୁଖେ ଫେରୁଥିବା ବେଳେ ଲଛିପୁର ଗାଁ ନିକଟରେ ଏକ ଟ୍ରାକ୍ଟର ସହିତ ସେମାନଙ୍କର ଧକ୍କା ହୋଇଥିବା କୁହାଯାଉଛି। ଏହା ପରେ ପରେ ଉକ୍ତ ରାସ୍ତା ଦେଇ ଦ୍ରୁତଗତିରେ ଯାଉଥିବା ଏକ ଟ୍ରକ୍ ସେମାନଙ୍କ କାରକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୪ ବନ୍ଧୁଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷରେ ଟ୍ରାକ୍ଟରରେ ଯେଉଁ ଦୁଇ ଜଣ ବ୍ୟକ୍ତି ଯାଉଥିଲେ, ସେମାନେ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking