27.1 C
Bhubaneswar
Saturday, July 27, 2024
Homeଓଡିଶାମର୍ମନ୍ତୁଦ ସଡକ ଦୁର୍ଘଟଣା : ୩ ମୃତ

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୩ ମୃତ

କୋରାପୁଟ : କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ଅନ୍ତର୍ଗତ ଗାଗନାପୁର ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହେବ ଫଳାରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଆହତମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୃତକମାନେ ଧନପୂର୍ ଓ ସାନପିଣ୍ଡାପଦର୍ ଅଞ୍ଚଳର ବୋଲି ଜଣାଯାଇଛି। ଗତକାଲି ବିଳମ୍ବିତ ରାତିରେ ଗାଗନାପୁର ନିକଟରେ ଦୁଇଟି ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା। ପରେ ଦୁଇଟି ବାଇକ୍ ଥିବା ଯୁବକମାନେ ଛିଟିକି ତଳେ ପଡ଼ିଯାଇଥିଲେ। ପୁଲିସ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା।ହେଲେ ପରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲା । ଏହାସହ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ରାତିରେ ଯାତ୍ରା ଦେଖି ଫେରୁଥିବା ବେଳେ ଏପରି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ପୁଲିସ ଦୁର୍ଘଟଣାଗ୍ରସ୍ତ ଦୁଇଟି ବାଇକକୁ ଜବତ କରି ଘଟଣା ତଦନ୍ତ କରୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking