28.1 C
Bhubaneswar
Sunday, September 22, 2024
Homeଦେଶ ବିଦେଶମର୍ମନ୍ତୁଦ ସଡକ ଦୁର୍ଘଟଣା : ୨ କାର୍‌ ଚାଳକ ଆହତ

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୨ କାର୍‌ ଚାଳକ ଆହତ

କୋଲକାତା : ଗତକାଲି ବିଳମ୍ବିତ ରାତିରେ ପଶ୍ଚିମବଙ୍ଗର ଉତ୍ତର ଦିନାଜପୁର ଜିଲ୍ଲାର ସୁଫଲଗଡ ଅଞ୍ଚଳରେ ୩୧ ନଂ ଜାତୀୟ ରାଜପଥ ରେ ଗୋଟିଏ ଟ୍ରକର ଚକା ଖରାପ ହୋଇଯାଇଥିଲା । ଫଳରେ ଟ୍ରକଟି ରାତିସାରା ରାସ୍ତାରେ ରହିଥିଲା । ସକାଳୁ ଘନ କୁହୁଡି ଯୋଗୁଁ ଦ୍ରୁତ ଗତିରେ ଆସୁଥିବା ଏକ କାର୍‌ ଟ୍ରକ୍‌କୁ ଧକ୍କା ଦେଇଥିଲା । ଏହାପରେ ୪ଟି କାର୍ ପରସ୍ପର ସହ ଧକ୍କା ହୋଇଥିଲା । କୁହୁଡି ଯୋଗୁଁ ରାସ୍ତା ଦେଖାଯାଇ ନ ଥିଲା । ଏହାର କିଛି ସମୟ ପରେ ଗୋଟିଏ ତେଲ ଟ୍ୟାଙ୍କର ଓ ବସ୍ ମଧ୍ୟ ଟ୍ରକ୍ ସହ ପିଟି ହୋଇଯାଇଥିଲା । ଦୁର୍ଘଟଣାରେ ୨ କାର୍‌ ଚାଳକ ଆହତ ହୋଇଛନ୍ତି। ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡିଗୁଡିକୁ ରାସ୍ତାରୁ ହଟାଇ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking