31.1 C
Bhubaneswar
Friday, June 13, 2025
Homeଓଡିଶାମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ

ଗଞ୍ଜାମ : ବାରମ୍ବାର ରା଼କ୍ୟର ବିଭିନ୍ନ ସ୍ଥାନରେ ବଢିଚାଲିଛି ସଡକ ଦୁର୍ଘଟଣା। ଫଳରେ ଅନେକ ନିରୀହ ଜୀବନ ମଧ୍ୟ ଚାଲିଯାଉଛି। ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼ ଥିବା ମାଇଲଖୁଣ୍ଟରେ ପିଟି ହେଲା ବାଇକ। ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି। ତେବେ ୩ଜଣ ଯୁବକ ଏକ ବାଇକରେ ଜଗନ୍ନାଥପ୍ରସାଦ ଅଭିମୁଖେ ଯାଉଥିବା ବେଳେ ରାସ୍ତା କଡ଼ ଏକ ମାଇଲଖୁଣ୍ଟରେ ବାଇକ ପିଟି ହୋଇ ଏପରି ଦୁର୍ଘଟଣା ଘଟିଥିଲା। ତେବେ ଅଗ୍ନିଶମ ବାହିନୀ ସେମାନଙ୍କୁ ଉଦ୍ଧାର କରି ଗୁରୁତର ଆହତଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ। ପୋଲିସ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହାସହିତ ଏହି ଘଟଣା ବାବଦରେ ଅଧିକ ତଦନ୍ତ କରୁଛି ପୋଲିସ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking