29.1 C
Bhubaneswar
Saturday, July 27, 2024
Homeଓଡିଶାଟ୍ରେନ୍‌ରେ ମହିଳା କନଷ୍ଟେବଳଙ୍କୁ ମରଣାନ୍ତକ ଆକ୍ରମଣ: ୨ ଗିରଫ

ଟ୍ରେନ୍‌ରେ ମହିଳା କନଷ୍ଟେବଳଙ୍କୁ ମରଣାନ୍ତକ ଆକ୍ରମଣ: ୨ ଗିରଫ

ଭୁବନେଶ୍ୱର: ସରଯୁ ଏକ୍ସପ୍ରେସ୍‌ରେ ମହିଳା କନଷ୍ଟେବଳଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତ ପୋଲିସ ଏନ୍‌କାଉଣ୍ଟରରେ ଟଳି ପଡ଼ିଛନ୍ତି। ଅଯୋଧ୍ୟାର ପୁରା କଲନ୍ଦରରେ ମୁଖ୍ୟ ଅଭିଯୁକ୍ତ ଅନିସ୍‌ଙ୍କୁ ପୋଲିସ ଓ ଏସ୍‌ଟିଏଫ୍‌ ଏନ୍‌କାଉଣ୍ଟର କରିଛି। କ୍ରସ୍‌ ଫାୟାରିଂରେ ଅନିସ୍‌ ଟଳି ପଡ଼ିଥିବା ପୋଲିସ ସୂଚନା ଦେଇଛି।

ଅଯୋଧ୍ୟାର ଇନାୟତ୍‌ ନଗରରେ ପୋଲିସ ସହ ଧସ୍ତାଧସ୍ତି ବେଳେ ଅନିସ୍‌ଙ୍କ ଅନ୍ୟ ଦୁଇ ସହଯୋଗୀଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ, ଆଜାଦ ଓ ବିଶ୍ୱମ୍ଭର ଦୟାଲ ଓରଫ୍‌ ଲଲୁ। ଦୁହେଁ ଏଥିରେ ଆହତ ହୋଇଛନ୍ତି।

ପୋଲିସ ସୂଚନା ଅନୁସାରେ, ଏନ୍‌କାଉଣ୍ଟରରେ ଟଳି ପଡ଼ିଥିବା ମୁଖ୍ୟ ଅଭିଯୁକ୍ତ ଅନିସ୍‌ ଟ୍ରେନ୍‌ରେ ଜଣେ ମହିଳା କନଷ୍ଟେବଳଙ୍କୁ ଅସଦାଚରଣ କରୁଥିଲେ। ଯେତେବେଳେ କନଷ୍ଟେବଳ ଅଭିଯୁକ୍ତମାନଙ୍କୁ ବିରୋଧ କରିଥିଲେ, ସେହି ସମୟରେ ୩ ଜଣ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିବା ସହ ତାଙ୍କ ମୁହଁକୁ ରକ୍ତାକ୍ତ କରି ପକାଇଥିଲେ।

ଅଭିଯୁକ୍ତମାନେ ମହିଳା କନଷ୍ଟେବଳଙ୍କ ମୁଣ୍ଡକୁ ଟ୍ରେନ୍‌ ଝରକାରେ ପିଟି ଦେଇଥିଲେ, ଯାହାଫଳରେ ସେ ଗୁରୁତର ଆହତ ହୋଇଥିଲେ। ଅଯୋଧ୍ୟା ଷ୍ଟେସନ ଆସିବା ପୂର୍ବରୁ ଟ୍ରେନ୍‌ର ଗତି ଧିମା ହେବା କ୍ଷଣି ସେମାନେ ଫେରାର୍‌ ହୋଇଯାଇଥିଲେ। ଏହି ଏନ୍‌କାଉଣ୍ଟରକୁ ନେଇ ଏସ୍‌ଏସ୍‌ପି କହିଛନ୍ତି, ପୀଡ଼ିତ କନଷ୍ଟେବଳଙ୍କୁ ଫଟୋ ଦେଖାଇ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିଲା। ଏହାପରେ ପୋଲିସ ଓ ଏସ୍‌ଟିଏଫ୍‌ ଟିମ୍‌ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର କରିଥିଲା।

କହି ରଖୁଛୁ, ସରଯୁ ଏକ୍ସପ୍ରେସରେ ସିଟ୍‌ରେ ବସିବାକୁ ନେଇ ବିବାଦ ପରେ ମହିଳା କନଷ୍ଟେବଳଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଲକ୍ଷ୍ନୌର ଏକ ହସ୍ପିଟାଲରେ ଚିକିତ୍ସାରତ ମହିଳା କନଷ୍ଟେବଳଙ୍କୁ ପଚରାଉଚରା ବେଳେ ସେ ଏହି ସୂଚନା ପୋଲିସକୁ ଦେଇଥିଲେ। ତେବେ ଅଭିଯୁକ୍ତମାନଙ୍କ ବିଷୟରେ ସୂଚନା ଦେଲେ, ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ପୋଲିସ ଘୋଷଣା କରିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking