36.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶଭୟଙ୍କର ଦୁର୍ଘଟଣା; ବସ-ଟ୍ରକ ଧକ୍କାରେ ୧୫ ମୃତ

ଭୟଙ୍କର ଦୁର୍ଘଟଣା; ବସ-ଟ୍ରକ ଧକ୍କାରେ ୧୫ ମୃତ

ଓଟାୱା: କାନାଡାରେ ଭୟଙ୍କର ସଡକ ଦୁର୍ଘଟଣା । ଟ୍ରକ ସହ ମୁହାଁମୁହିଁ ଧକ୍କା ହେଲା ବସ । ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁବାର କାନାଡାର ମଣ୍ଟିବୋ ସ୍ଥିତ କାର୍ବେରୀ ସହର ନିକଟରେ ଏହି ଭୟଙ୍କର ସଡକ ଦୁର୍ଘଟଣା ଘଟିଥିଲା । ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି । ରିପୋର୍ଟ ଅନୁଯାୟୀ, ୨୫ ଜଣ ବରିଷ୍ଠ ନାଗରିକଙ୍କୁ ନେଇ ଏକ ବସ ପଶ୍ଚିମ ମଣ୍ଟିବା ସହର ଡାଉଫିନକୁ ଯାଉଥିଲା । ଯାତ୍ରା କରୁଥିବା ସମୟରେ ରାସ୍ତାରେ ଏକ ଟ୍ରକକୁ ଧକ୍କା ଦେଇଥିଲା ବସ ।

ଫଳରେ ବସରେ ଥିବା ୨୫ ଜଣଙ୍କ ମଧ୍ୟରୁ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଥିଲେ । ସମସ୍ତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କାର୍ବେରୀ ସହରରେ ଏହି ଦୁର୍ଘଟଣା ଘଟିଥିଲା । ଆହତଙ୍କୁ ଉଦ୍ଧାର ପାଇଁ ଘଟଣାସ୍ଥଳରେ ଆମ୍ବୁଲାନ୍ସ ହେଲିକପ୍ଟର ନିୟୋଜିତ ହୋଇଥିଲା । କାନାଡାର ଏକ ଗଣମାଧ୍ୟମ ସଂସ୍ଥାର ଆରସିଏମ୍ପି ମଣ୍ଟିବୋ କମାଣ୍ଡିଂ ଅଫିସର ଆସିଷ୍ଟାଣ୍ଟ କମିଶନର ରବି ହିଲ କହିଛନ୍ତି ଯେ, ଏହି ଘଟଣା ଅତ୍ୟନ୍ତ ଦୁଃଖଦାୟ କ । ଅନେକ ଲୋକ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି । ଏହି ଘଟଣା ମୋତେ ବ୍ୟଥିତ କରିଛି । ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି କାନାଡା ପ୍ରଧାନମନ୍ତ୍ରୀ ଟ୍ରୁଡୋ । ମୃତକଙ୍କ ପରିବାରଙ୍କୁ ମଧ୍ୟ ସମବେଦନା ଜଣାଇଛନ୍ତି ।

ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି । ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି । ଦୁର୍ଘଟଣା ନେଇ ପୋଲିସ କୌଣସି ପ୍ରତିକ୍ରିୟା ରଖିନାହିଁ । ଆହତଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗତ ୧୨ ତାରିଖ ଦିନ ଅଷ୍ଟ୍ରେଲିଆର ନ୍ୟୁ ସାଉଥ ହଣ୍ଟର ଭ୍ୟାଲିରେ ଯାତ୍ରୀବାହୀ ବସ ଓଲଟି ଭୟଙ୍କର ସଡକ ଦୁର୍ଘଟଣା ଘଟିଥିଲା । ଏଥିରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବସରେ ୫୦ରୁ ଅଧିକ ଯାତ୍ରୀ ଥିଲେ । ଏହି ଘଟଣାରେ ଡ୍ରାଇଭରକୁ ଗିରଫ କରିଥିଲା ପୋଲିସ । ଗତବର୍ଷ କାନାଡାର ଟରଣ୍ଟୋରେ ଏକ ପାସେଞ୍ଜର ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ୫ ଜଣ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ହୋଇଥିଲେ । ଭାରତର ହାଇ କମିଶନର ଅଜୟ ବିସାରିୟା ଏହି ସୂଚନା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking