27.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶଦ୍ରୁତ ଗତି ସାଜିଲା କାଳ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲେରୋ, ୭ ମୃତ

ଦ୍ରୁତ ଗତି ସାଜିଲା କାଳ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲେରୋ, ୭ ମୃତ

ଲକ୍ଷ୍ନୌ: ରାସ୍ତା କଡରେ ଛିଡା ହୋଇଥିବା ଟ୍ରକକୁ ଧକ୍କା ଦେଲା ବୋଲେରୋ । ଫଳରେ ୭ ଜଣଙ୍କ ମୃତ୍ୟୁ ହୋଇଛି । ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ସୂଚନା । ଉତ୍ତରପ୍ରଦେଶର ବାନ୍ଦା ଜିଲ୍ଲା କମାସିନ ରୋଡରେ ଗତକାଲି ରାତିରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଅନ୍ୟପଟେ ଗୁରୁତର ଆହତ ଯୁବକଙ୍କୁ ଉଦ୍ଧାର କରି ପୋଲିସ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛି । ବବେରୁ ଅଞ୍ଚଳରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ବେଳେ ମୃତକ ସମସ୍ତେ କମାସିନ ଥାନା ଅଧିନସ୍ଥ ତିଲୋସା ଗାଁର ବୋଲି ଜଣାପଡିଛି । ସୂଚନା ଅନୁସାରେ, ତିଲୋସା ଗାଁର ୮ ଜଣ ବୋଲେରୋରେ ବବେରୁକୁ ଆସୁଥିଲେ । ହେଲେ ଭାରସାମ୍ୟ ହରାଇ ରାସ୍ତା କଡରେ ଛିଡା ହୋଇଥିବା ଟ୍ରକକୁ ପଛରୁ ଧକ୍କା ଦେଇଥିଲା ବୋଲେରୋ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଟ୍ରକ ମଧ୍ୟରେ ପଶି ଯାଇଥିଲା ବୋଲେରୋଟି । ଏନେଇ ରାସ୍ତାରେ ଯାଉଥିବା ଲୋକେ ସଙ୍ଗେସଙ୍ଗେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ତୁରନ୍ତ ପୋଲିସ ଟିମ ସହ ଘଟଣାସ୍ଥଳରେ ପହଞ୍ଚିଥିଲା ।

ବୋଲେରୋରେ ଥିବା ୮ ଜଣଙ୍କ ମଧ୍ୟରୁ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇ ଯାଇଥିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଥିଲା । ସମସ୍ତ ମୃତଦେହ ଗୁଡିକୁ ଗ୍ୟାସ କଟର ସାହାଯ୍ୟରେ କାଟି କଢାଯାଇଥିଲା । ଏଥିସହ ଗୁରୁତରଙ୍କୁ ନିକଟସ୍ଥ ବେବରୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ୨ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଅନ୍ୟପଟେ ଅନ୍ୟ ଗୁରୁତର ଯୁବକଙ୍କ ଚିକିତ୍ସା ଜାରି ରହିଛି । ବିଦ୍ୟୁତ୍ ଆଘାତରେ ଛଟପଟ ହେଉଥିବା ୧୫ ବର୍ଷୀୟ ପୁଅକୁ ବୋଲେରୋରେ ହସ୍ପିଟାଲ ଆଣୁଥିଲା ମା’ । କିଏ ଜାଣିଥିବା ବାଟରେ ଜଗିଥିଲା ମୃତ୍ୟୁ । ପୁଅକୁ ହସ୍ପିଟାଲରେ ଦେଖାଇବା ପାଇଁ ତିଲୋସା ଗାଁର ସେରବାନୋ ମହିଳା ଏହି ବୋଲେରେ ଆସୁଥିଲେ । ହେଲେ ଦ୍ରୁତ ଗତି ଯୋଗୁଁ ଗାଡିଟି ଟ୍ରକକୁ ଭାରସାମ୍ୟ ହରାଇ ଧକ୍କା ଦେଇଥିଲେ । ଏଥିରେ ୧୫ ବର୍ଷୀୟ ପୁଅ କଲ୍ଲୁ ସମେତ ମା’ ସରେବାନୋ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ । ସେପଟେ ଗୁରୁତର ବୋଲେରୋ ଡ୍ରାଇଭରକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେ ମଧ୍ୟ ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking