28.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶ‘ଦିଲ୍ଲୀ ଚଲୋ’ ଆନ୍ଦୋଳନକୁ ୨୯ ଯାଏ ବନ୍ଦ ରଖିଲେ ଚାଷୀ

‘ଦିଲ୍ଲୀ ଚଲୋ’ ଆନ୍ଦୋଳନକୁ ୨୯ ଯାଏ ବନ୍ଦ ରଖିଲେ ଚାଷୀ

ନୂଆଦିଲ୍ଲୀ: ଏମଏସପି ଗ୍ୟାରେଣ୍ଟୀ ଆଇନ ଦାବି କରି ଦିଲ୍ଲୀ ଚଲୋ ଶୋଭାଯାତ୍ରା ଆରମ୍ଭ କରିଥିବା ଚାଷୀମାନେ ବଡ଼ ଘୋଷଣା କରିଛନ୍ତି। ଆସନ୍ତା ୨୯ ତାରିଖ ଯାଏ ଚାଷୀଙ୍କ ଦିଲ୍ଲୀ ଚଲୋ ଆନ୍ଦୋଳନ ବନ୍ଦ ରହିବ। ଏ ସମ୍ପର୍କରେ ଖାନେରି ସୀମାନ୍ତରେ ଚାଷୀ ସଂଗଠନର ନେତା ସରବନ ସିଂହ ପାନ୍ଧେର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଖାନଉରି ସୀମାନ୍ତରେ ପୁଲିସ୍‌ କାର୍ୟ୍ୟାନୁଷ୍ଠାନରରେ ଭଠିଣ୍ଡାର ଜଣେ ଯୁବ ଚାଷୀଙ୍କ ଜୀବନ ଯାଇଥିଲା। ଏହି ଘଟଣାରେ ପୁଲିସ୍‌ ବିରୋଧରେ ଏଫଆଇଆର ରୁଜୁ କରାଯାଉ। ସେହିପରି ହରିଆଣା ସୀମାରେ ଆଜି ପୁଲିସ ଚାଷୀମାନଙ୍କୁ ମାଡ଼ ମାରିଛି। ଏଥିରେ ଅନେକ ଚାଷୀ ଆହତ ହୋଇଛି।ଏସବୁ ଭିତରେ ଆସନ୍ତା ୨୯ ତାରିଖ ଯାଏ ଚାଷୀଙ୍କ ଦିଲ୍ଲୀ ଚଲୋ ଆନ୍ଦୋଳନ ବନ୍ଦ ରହିବ। ଏହି ସମୟ ସୀମା ମଧ୍ୟରେ ସରକାର ସମସ୍ତ ଦାବିକୁ ପୂରଣ ନ କଲେ ପୁଣି ଆନ୍ଦୋଳନ ଆରମ୍ଭ ହେବ ବୋଲି ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking