ବାରିକପୁର : ଭଣ୍ଡାରିପୋଖରୀ ବ୍ଲକ ନଗୁଆଁ ସେବା ସମବାୟ ସମିତିରେ ଦୀର୍ଘଦିନ ହେବ ଧାନଦେଇ ଟଙ୍କା ପାଇ ନଥିବାରୁ ଆଜି ସମିତିରେ ଚାଷୀମାନେ ତାଲା ପକାଇଛନ୍ତି । ସମିତି ଅଧୀନସ୍ଥ ପ୍ରାୟ ୨୩ଜଣ ଚାଷୀ ଗତ ଖରିଫ ଋତୁରେ ସମିତି ଜରିଆରେ ୬୯୯.୧୩କି.ଗ୍ରା. ଧାନ ବିକ୍ରୟ କରି ଭେଣ୍ଡର ରସିଦ ପାଇଥିଲେ । ଇତିମଧ୍ୟରେ ୮ମାସ ବିତିଯାଇଥିଲେ ସୁଦ୍ଧା ଧାନ ଟଙ୍କା ମିଳିପାରି ନାହିଁ । ସମିତି ମାଧ୍ୟମରେ ସମ୍ବଲପୁରସ୍ଥିତ ଶ୍ରୀରାମ ଏଗ୍ରୋ ପିଚ୍ ମିଲକୁ ଧାନ ଦେଇଥିବାବେଳେ ଏବେ ମିଲ ମାଲିକ କ୍ୱିଣ୍ଟାଲ ପିଛା ୧୨୮୦ଟଙ୍କା ଦେବାକୁ କହିବାରୁ ଚାଷୀମାନେ ରାଜି ନହୋଇ ଧାନ ବିକ୍ରି ଟଙ୍କା ପାଇନଥିôବାରୁ ଆଜି ବାଧ୍ୟ ହୋଇ ସମିତିରେ ତାଲା ପକାଇଥିବା କହିଛନ୍ତି । ଚାଷୀ ନନ୍ଦକିଶୋର ସାହୁ, ସନ୍ତୋଷ ରାଉତ, ରମାକାନ୍ତ ବାରିକ, ଅଶୋକ ତ୍ରିପାଠୀ, ଚିନ୍ମୟ କୁମାର ଲେଙ୍କା, ଅନିଲ କୁମାର ଲେଙ୍କା, ହରମୋହନ ସେନାପତି, ରବିନ୍ଦ୍ର ସ୍ୱାଇଁ, ଦିଲ୍ଲିପ ଜେନା, ଚନ୍ଦ୍ରମଣି ଜେନା, ଧନଞ୍ଜୟ ଲେଙ୍କା ପ୍ରମୁଖ ସମିତି ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିବାବେଳେ ଆସନ୍ତା ୩ଦିନ ମଧ୍ୟରେ ସମସ୍ୟାର ସମାଧାନ ନହେଲେ ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ ଆଗରେ ଚାଷୀମାନେ ସପରିବାରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ।