ଆଉ ୧୦୦ଟି ଆଦର୍ଶ ବିଦ୍ୟାଳୟ ଖୋଲାଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ରାଜ୍ୟରେ ଆଉ ଶହେଟି ଆଦର୍ଶ ବିଦ୍ୟାଳୟ ଖୋଲାଯିବ । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଖୋଲିବ ମଡେଲ ଆଦର୍ଶ ବିଦ୍ୟାଳୟ । ଓଡିଶା ଆଦର୍ଶ ବିଦ୍ୟାଳୟର ନବନିଯୁକ୍ତ ୪୮୯ଜଣ ଶିକ୍ଷକ ଏବଂ ୮ଜଣ ଅଧ୍ୟକ୍ଷଙ୍କ ମାର୍ଗଦର୍ଶନ କାର୍ଯ୍ୟକ୍ରମ ଆଜି ରବୀନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି ।
ମୁଖ୍ୟମନ୍ତ୍ରୀ କହିଚନ୍ତି ଯେ, ରାଜ୍ୟରେ ବର୍ତ୍ତମାନ ୨୧୪ଟି ଆଦର୍ଶ ବିଦ୍ୟାଳୟ ରହିଛି ।
ରାଜ୍ୟର ଅନ୍ୟ କିଛି ସ୍ଥାନରେ ଆହୁରି ୧୦୦ଟି ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ । ଆଦର୍ଶ ବିଦ୍ୟାଳୟ ଉତ୍ତମ ଶିକ୍ଷାଦାନ ସହିତ ପିଲାଙ୍କ ସ୍ୱପ୍ନକୁ ସାକାର କରିବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି । ଆଜି ଓଡିଶା ଆଦର୍ଶ ବିଦ୍ୟାଳୟ ୱେବସାଇଟର ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱରରେ ମଧ୍ୟ ମଡେଲ ଆଦର୍ଶ ବିଦ୍ୟାଳୟ କରାଯିବ । ଏହି ଆଦର୍ଶ ବିଦ୍ୟାଳୟରେ ପ୍ରତ୍ୟେକ ଜିଲ୍ଲାର ଛାତ୍ରଛାତ୍ରୀ ଯେପରି ପାଠ ପଢିବାକୁ ସୁଯୋଗ ପାଇବେ ସେନେଇ ବ୍ୟବସ୍ଥା କରାଯିବ । ଆଜି ରବିନ୍ଦ୍ର ମଣ୍ଡପରେ ଆଦର୍ଶ ବିଦ୍ୟାଳୟର କୃତି ଛାତ୍ରଛାତ୍ରୀଙ୍କୁ ସମ୍ମାନପୀତ କରିଛନ୍ତି । ଏହି କାର‌୍ୟ୍ୟକ୍ରମରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ମଧ୍ୟ ଉପସ୍ଥିତ ଥିଲେ । 
ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ମଡେଲ ଆଦର୍ଶ ବିଦ୍ୟାଳୟ । ଏନେଇ ଜାଗା ଚିହ୍ନଟ ସରିଛି । ମଡେଲ ଆଦର୍ଶ ବିଦ୍ୟାଳୟ କାମ ଖୁବଶୀଘ୍ର ଆରମ୍ଭ କରାଯିବ । ଏହି ବିଦ୍ୟାଳୟରେ ପାଠ ପଢା ସାଙ୍ଗକୁ ଧନ୍ଦାମୂଳକ ଶିକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି ।