ନବୀନଙ୍କୁ ଛତିଶଗଡ଼ରୁ ନିମନ୍ତ୍ରଣ

ଭୁବନେଶ୍ୱର: ଛତିଶଗଡ ଗୃହମନ୍ତ୍ରୀ ଶ୍ରୀ ତାମ୍ରଧ୍ୱଜ ସାହୁ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଏହି ଅବସରରେ ଶ୍ରୀ ସାହୁ ଛତିଶଗଡ ସରକାରଙ୍କ ଦ୍ୱାରା ଆୟୋଜିତ ଜାତୀୟ ଜନଜାତି ନୃତ୍ୟ ଉତ୍ସବରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଥିଲେ । ଏ ସଂକ୍ରାନ୍ତରେ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହସ୍ତାନ୍ତର କରିଥଲେ । ଛତିଶଗଡ ସରକାର ୨୦୧୯ଡିସେମ୍ବର ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ଏହି ଜାତୀୟ ଜନଜାତି ନୃତ୍ୟ ଉତ୍ସବ ଆୟୋଜନ କରିଛନ୍ତି ।
https://onakhabar.com/2019/12/11/100-more-adarsha-vidyalaya-will-build/