31.1 C
Bhubaneswar
Sunday, May 19, 2024
Homeଓଡିଶାଚାଷ କ୍ଷତି ପାଇଁ ଚାଷୀଙ୍କ ଆତ୍ମହତ୍ୟା

ଚାଷ କ୍ଷତି ପାଇଁ ଚାଷୀଙ୍କ ଆତ୍ମହତ୍ୟା

ଭୁବନେଶ୍ୱର: ବର୍ଷା ଅଭାବରୁ ମରୁଡି ହେତୁ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ ସାମ୍ନାକୁ ଆସିଛି । ବଲାଙ୍ଗୀର ତୁରେଇକେଲା ବ୍ଲକ କାଦୋବେରା ଗାଁରେ ଚାଷୀଙ୍କ ଆତ୍ମହତ୍ୟା ଖବର ସାମ୍ନାକୁ ଆସିଛି । କାଦୋବେରାର ଚାଷୀ ରେଂଚକା ବଂଚୋର ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ଗତକାଲି ରେଚକା ବିଷ ପଇବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ତାଙ୍କର ମୃତ୍ୟୁ ହୋଇଛି । ବର୍ଷା ଅଭାବ ଜନିତ ଚାଷ କ୍ଷତି ପାଇଁ ବିଷ ପିଇଥିବା ତାଙ୍କ ପୁଅ କହିଛନ୍ତି ।

ଧାର କରଜ କରି ଉଭୟ ଧାନ ଓ କପା ଚାଷ କରିଥିଲେ। ବର୍ଷା ଅଭାବରୁ ଚିନ୍ତାରେ ଥିଲେ। କପା ଚାଷ କରିଥିବାରୁ ମହାଜନ ଠାରୁ ଉଭୟ କପା ମଞ୍ଜି ,ସାର,କିଟନାଶକ ଉଧାରି ଆଣିଥିଲେ। କିନ୍ତୁ ବର୍ଷା ଅଭାବ ଯୋଗୁଁ ବିଷ ପିଇ ଆତ୍ମହତ୍ୟା କରିଥିବା ତାଙ୍କ ପୁଅ ପବିତ୍ର ବନଛୋର ଅଭିଯୋଗ କରିଛନ୍ତି। ଗତକାଲି ରାତିରେ ରିଚେକ୍ ବନଛୋର ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଶବ ବର୍ତମାନ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ରଖାଯାଇଛି। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ।

 

ଶେଷ ହେଲା ଫ୍ୟାନ୍ସ ଙ୍କ ଅପେକ୍ଷା; ‘ମନି ହାଇଷ୍ଟ’ ର 5ମ ସିଜିନ ରିଲିଜ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking