30.1 C
Bhubaneswar
Saturday, May 4, 2024
Homeଓଡିଶାସାପ କାମୁଡାରେ ଚାଷୀ ମୃତ୍ୟୁ

ସାପ କାମୁଡାରେ ଚାଷୀ ମୃତ୍ୟୁ

ଖଲ୍ଲିକୋଟ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଡିମିରିଆ ପଞ୍ଚାୟତର ଏନ୍‌. ବରପଲ୍ଲୀ ଗ୍ରାମରେ ସାପ କାମୁଡାରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ଏନ୍ .ବରପଲ୍ଲୀ ଗ୍ରାମର ଚାଷୀ ସନିଆ ପ୍ରଧାନ ବୁଧବାର ଅପରାହ୍ନରେ ବିଲକୁ ଚାଷ କାମ କରିବା ପାଇଁ ଯାଇଥିଲେ । ତେବେ ବିଲରେ କାମ କରୁଥିବା ସମୟରେ ଏକ ସାପ ସନିଆଙ୍କୁ କାମୁଡି ଦେଇଥିଲା । ଯାହା ଫଳରେ ସନିଆ ଗୁରୁତର ଆହତ ହୋଇଥିଲେ । ତୁରନ୍ତ ସ୍ଥାନୀୟ ଲୋକେ ସନିଆଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ସନ୍ଧ୍ୟାରେ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗୁରୁବାର ସକାଳେ ଏହି ଖବର ପାଇ ଖଲ୍ଲିକୋଟ ପୋଲିସ ମେଡ଼ିକାଲରେ ପହଞ୍ôଚ ମୃତ ଦେହକୁ ଜବତ କରି ଥାନାରେ ୨୧/୨୦୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଥାନା ଅଧିକାରୀ ଶ୍ରୀ ଜଗନ୍ନାଥ ମଲ୍ଲିକ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking