33.1 C
Bhubaneswar
Saturday, May 31, 2025
Homeଦେଶ ବିଦେଶଅଡି ଚଢ଼ି ଆସନ୍ତି, ଶାଗ ବିକି ଯାଆନ୍ତି

ଅଡି ଚଢ଼ି ଆସନ୍ତି, ଶାଗ ବିକି ଯାଆନ୍ତି

ନୂଆଦିଲ୍ଲୀ: ଅଡି ଚଢ଼ି ଆସିଲେ, ଆଉ ଶାଗ ବିକି ଘରକୁ ଗଲେ । ଯୁବ ପରିବା ବିକାଳିଙ୍କ ଶାଗ ବିକିବାର ନୂଆ ଅନ୍ଦାଜ । ସାଧାରଣତଃ ପରିବା ବିକାଳିମାନେ କିଏ ସାଇକେଲତ ପୁଣି କିଏ ବାଇକରେ ଆସି ପରିବା ବିକ୍ରି କରିବାର ତ ଆମେ ଦେଖିଥାଉ । କିନ୍ତୁ ଅଡି କାରରେ ବସି ଆସିବା ଆଉ ସାଗ ବିକ୍ରି କରି ଯିବା କଥା ଶୁଣି ନିଶ୍ଚ ଆଶ୍ଚର‌୍ୟ୍ୟ ଲାଗୁଥି । କିନ୍ତୁ ଘଟଣାଟି ସତ । ଏମିତି ଜଣେ ଯୁବକ ହେଲେ କେରଳର ଜଣେ ଚାଷୀ । ସେ ଶାଗ ବିକ୍ରି କରିବାକୁ ଅଡି କାରରେ ବସି ଆସନ୍ତି । ଆଉ ବିକ୍ରି କରି ସାରିବା ପରେ ନିଜ କାରରେ ପୁଣି ଘରକୁ ଫେରି ଯାଆନ୍ତି । ସେ ଜଣେ ଧନୀ ଶ୍ରେଣୀର ବ୍ୟକ୍ତି । ଅଡି କାରର ମାଲିକ ବନିଥିବା ଏହି ଯୁବ ଚାଷୀ ଜଣକ ହେଲେ ସୁଜିଥ୍ । ଆଉ ନିଜର ଏହି ଫଟୋକୁ ସେ ତାଙ୍କ ସୋଶିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଫଟୋରେ ସେ ରାସ୍ତା ଉପରେ ଏକ ପ୍ଲାଷ୍ଟିକ ଚାଦର ପକାଇ ଦେଉଛନ୍ତି । ଅଡି ଏ୪ରୁ ସତେଜ ପରିବା ବାହାର କରି ସଜେଇ ରଖୁଛନ୍ତି । ସୁଜିଥ ପ୍ରା ୧୦ ବର୍ଷ ହେବ ଚାଷ କରି ଆସୁଛନ୍ତି । ବତ୍ତାମାନ ତାଙ୍କୁ ଶୋସିଆଲ ମିଡିଆରେ ଭେରାଇଟି ଫାରମରର ନାଁର ମାନ୍ୟତା ମିଳିଛି । ଆଉ ପରିବା ବିକ୍ରି କରିବା ଖୁବ ସମ୍ମାନୀୟର ବିଷ ବୋଲି ସୁଜିଥ କହିଛନ୍ତି । ତାଙ୍କର ଫଟୋ ଉପରେ ବିଭିନ୍ନ ଲୋକ ଭିନ୍ନ ଭିନ୍ନ ମତଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking