25.1 C
Bhubaneswar
Tuesday, March 18, 2025
Homeଓଡିଶାଏପ୍ରିଲ ୩ରୁ ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢୀ ଠାକୁରାଣୀ ଯାତ୍ରା: ସ୍ଥାପନ ହେଲା ଶୁଭଖୁଣ୍ଟି

ଏପ୍ରିଲ ୩ରୁ ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢୀ ଠାକୁରାଣୀ ଯାତ୍ରା: ସ୍ଥାପନ ହେଲା ଶୁଭଖୁଣ୍ଟି

ଗଞ୍ଜାମ : ଏପ୍ରିଲ ୩ ତାରିଖରୁ ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢୀ ଠାକୁରାଣୀ ଯାତ୍ରା । ମଧ୍ୟରାତ୍ରୀରେ ସ୍ଥାପନ ହେଲା ଶୁଭଖୁଣ୍ଟି । ପୂଜାର୍ଚ୍ଚନା ପରେ ଦେଶୀବେହେରା ପରିବାର ଓ ସହରବାସୀଙ୍କ ବାଦ୍ୟବାଜଣାର ତାଳେ ତାଳେ ଦେଶୀବେହେରା ସାହିରୁ ବାହାରି  ବୁଢୀ ଠାକୁରାଣୀ ମନ୍ଦିରକୁ ବିଜେ କରିଛନ୍ତି । ଦେଶୀବେହେରା ସାହିରେ ଅସ୍ଥାୟୀ ପୀଠରେ ମା ବୁଢୀ ଠାକୁରାଣୀ ପୂଜା ପାଇବେ । ଆସନ୍ତା ଏପ୍ରିଲ ମାସ ୩ ତାରିଖରୁ ୨୮ ତାରିଖ ଯାଏଁ ମାଁ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ପାଇଁ ପ୍ରଶାସନକୁ ପ୍ରସ୍ତାବ ଦିଆଯାଇଛି। ପ୍ରଶାସନ ଏହା ଉପରେ ମୋହର ମାରିବ । ଦୁଇବର୍ଷରେ ଥରେ ବ୍ରହ୍ମପୁରରେ ବୁଢୀ ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହୋଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking