26.1 C
Bhubaneswar
Friday, May 23, 2025
Homeଓଡିଶାଡକ୍ଟର ଏମ୍. ଏସ ସ୍ୱାମୀନାଥନଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଡକ୍ଟର ଏମ୍. ଏସ ସ୍ୱାମୀନାଥନଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର: ପ୍ରଖ୍ୟାତ କୃଷି ବୈଜ୍ଞାନିକ ତଥା ସବୁଜ ବିପ୍ଲବର ଜନକ ଡକ୍ଟର ଏମ୍. ଏସ ସ୍ୱାମୀନାଥନଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭାରତରେ ସବୁଜ ବିପ୍ଲବର ଜନକ ଥିଲେ ସ୍ୱାମୀନାଥନ । ଦେଶରେ କୃଷିକ୍ଷେତ୍ରର ବିକାଶରେ ସେ ନେଇଥିଲେ ପ୍ରମୁଖ ଭୂମିକା, ଯାହା କି କୃଷକମାନଙ୍କ ଅବସ୍ଥାରେ ସୁଧାର ଆଣିଥିଲା ।

କୃଷକଙ୍କ ଉନ୍ନତି ପାଇଁ ସାରା ଜୀବନ ପ୍ରଚେଷ୍ଟାରତ ଥିଲେ । କୃଷିକ୍ଷେତ୍ରରେ ଟେକ୍ନୋଲୋଜିର ପ୍ରୟୋଗ ସହ କୃଷକମାନଙ୍କ ସଶକ୍ତିକରଣ ପାଇଁ ଉପଯୁକ୍ତ ସରକାରୀ ନୀତି ପ୍ରଣୟନ ଉପରେ ସ୍ୱାମୀନାଥନ ସର୍ବଦା ଜୋର୍ ଦେଉଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଓଡ଼ିଶା ସହ ସ୍ୱାମୀନାଥନଙ୍କ ସମ୍ପର୍କ ବିଷୟ ମନେ ପକାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସେ ପ୍ରାରମ୍ଭିକ ଗବେଷଣା ଓଡ଼ିଶାରେ ଆରମ୍ଭ କରିଥିଲେ । ସ୍ବାମୀନାଥନଙ୍କ ଗବେଷଣାଗାର ଓଡିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଚାଷୀଙ୍କ ବିକାଶ ଲାଗି ଉତ୍ସର୍ଗୀକୃତ ଥିଲା । ରାଜ୍ୟର କୃଷକମାନଙ୍କୁ ଯଥା ସମ୍ଭବ ସାହାଯ୍ୟ ପାଇଁ ସେ ସର୍ବଦା ପ୍ରସ୍ତୁତ ଥିଲେ । ସ୍ୱାମୀନାଥନଙ୍କ ନିଧନ କୃଷି ବିଜ୍ଞାନରେ ଏକ ଅପୂରଣୀୟ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking