20 C
Bhubaneswar
Sunday, December 22, 2024
Homeଅପରାଧରାତିରେ ଅଧା କଥାରୁ କଟିଗଲା କଲ୍‌, ସକାଳେ ଆସିଲା ମୃତ୍ୟୁ ଖବର

ରାତିରେ ଅଧା କଥାରୁ କଟିଗଲା କଲ୍‌, ସକାଳେ ଆସିଲା ମୃତ୍ୟୁ ଖବର

ରାୟଗଡା: ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା । ଜଣେ ଯୁବ ଫଟୋଗ୍ରାଫର ବୋବିଲା ରାଜୁଙ୍କୁ ଗତ ରାତିରେ କେହି ଦୁର୍ବୃତ୍ତ ପିଟି ପିଟି ହତ୍ୟା କରିଛି । ହତ୍ୟା କରିବା ପରେ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଘର ଭିତରେ ଫ୍ୟାନରେ ମୃତଦେହକୁ ଝୁଲାଇ ଦେଇଛି । ଏହି ଘଟଣା ଘଟିଛି ରାୟଗଡା ସହରରେ । ମୃତ ଫଟୋଗ୍ରାଫରଙ୍କ ନା’ ବୋବିଲା ରାଜୁ । ପୋଲିସ୍‌, ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଘଟଣାର ଛାନ୍‌ଭିନ୍ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ବୋବିଲା ରାଜୁଙ୍କ ପିତାମାତା ଓ ସାନଭାଇ ତିନିଦିନ ତଳେ କୌଣସି କାମରେ ପାର୍ବତୀପୁର ଯାଇଥିଲେ । ରାଜୁ ଏକୁଟିଆ ଘରେ ରହୁଥିଲେ । ଆଜି ସକାଳେ ତାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଘରଭିତରେ ପଡିଥିଲା । ଖବର ପାଇ ସଦର ଥାନା ପୋଲିସ ପହଞ୍ଚି ଥିଲା । ପୋଲିସ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଘଟଣାର ଛାନ୍‌ଭିନ ଆରମ୍ଭ କରିଛି । ଯୁବକଙ୍କୁ ଅନ୍ୟ କୌଣସି ସ୍ଥାନରେ ହତ୍ୟା କରିବା ପରେ ଘରକୁ ଆଣି ଫ୍ୟାନରେ ଝୁଲାଇ ଦିଆ ଯାଇଥିବା ଚର୍ଚ୍ଚା ହେଉଛି । ମୃତ ରାଜୁର ପିତାଙ୍କ କହିବା ଅନୁଯାୟୀ, ରାତି ଗୋଟାଏ ବେଳେ ତାଙ୍କ ପୁଅର ମୋବାଇଲ ଫୋନରୁ ତାଙ୍କୁ କଲ ଆସିଥିଲା । ପୁଅ କହିଥିଲା ଯେ କିଛି ଲୋକ ତାକୁ ମାର୍‌ପିଟ୍ କରୁଛନ୍ତି, ୩୦ ହଜାର ଟଙ୍କା ଦେଲେ ଛାଡିବେ ବୋଲି କହିବା ପରେ ଫୋନ କଟି ଯାଇଥିଲା । ସକାଳୁ ରାୟଗଡା ଆସିବା ବେଳେ ପୁଅର ମୃତ୍ୟୁ ଖବର ପାଇଥିଲେ । ମୃତକଙ୍କ ସମ୍ପର୍କୀୟଙ୍କ ସୂଚନା ଅନୁଯାୟୀ, ଜଣେ ମହିଳା ରାଜୁଙ୍କ ଘରକୁ ଆସି ଫ୍ୟାନରେ ଝୁଲୁଥିବା ମୃତଦେହକୁ ତଳକୁ ଓହ୍ଲାଇଥିଲେ । କିଛି ସମୟ ପରେ ସମ୍ପୃକ୍ତ ମହିଳାଙ୍କ ସ୍ୱାମୀ ସେଠାକୁ ଆସି ମୃତକଙ୍କ ପରିବାର ଲୋକଙ୍କୁ ଦେଖି ଦୌଡି ଚାଲିଯିବାକୁ ଚେଷ୍ଟା କରିଥିଲା । ହେଲେ ସେମାନେ ଉକ୍ତ ବ୍ୟକ୍ତିକୁ କାବୁକରି ପୋଲସକୁ ଖବର ଦେଇଥିଲେ । ସମ୍ପୃକ୍ତ ବ୍ୟକ୍ତିର ସ୍ତ୍ରୀ କହିଛନ୍ତି ଯେ, ରାତିରେ କିଛି ଲୋକ ରାଜୁକୁ ପିଟିପିଟି ହତ୍ୟା କରିଛନ୍ତି । ଏହି ଘଟଣାରେ ରାୟଗଡା ସଦର ଥାନା ପୋଲିସ ଏକ ମାମଲା ରୁଜୁକରି ଜଣେ ମହିଳାଙ୍କ ସମେତ ୩ ଜଣକୁ ଅଟକ ରଖି ପଚରାଉଚରା ଚଳାଇଛି । ପରକୀୟା ପ୍ରେମ ଜନିତ କାରଣରୁ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଥିବା ବେଳେ ପୋଲିସ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking