35.6 C
Bhubaneswar
Wednesday, May 13, 2026
Homeଦେଶ ବିଦେଶଫୋନରେ ମିଛ ବୋମା ଧମକ ‘ଧର୍ତ୍ତବ୍ୟ ଅପରାଧ’ ଭାବେ ବିବେଚନା କରାଯିବ

ଫୋନରେ ମିଛ ବୋମା ଧମକ ‘ଧର୍ତ୍ତବ୍ୟ ଅପରାଧ’ ଭାବେ ବିବେଚନା କରାଯିବ

ନୂଆଦିଲ୍ଲୀ: ଫୋନରେ ମିଛ ବୋମା ଧମକ ‘ଧର୍ତ୍ତବ୍ୟ ଅପରାଧ’ ଭାବେ ବିବେଚନା କରାଯିବ। ଭାରତୀୟ ବିମାନଗୁଡିକୁ ଲଗାତାର ଭାବେ ବୋମାରେ ଉଡାଇ ଦେବାକୁ ମିଳୁଥିବା ଧମକକୁ ନେଇ ସାମ୍ବାଦିକ ସମ୍ମିଳନୀରେ ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି ବେସାମରିକ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ। ଏପରି ଅପରାଧକୁ ରୋକିବା ପାଇଁ ଆଇନରେ ସଂଶୋଧନ ଆଣିବାକୁ ଆଲୋଚନା ହେଉଥିବା ସେ ସୂଚନା ଦେଇଛନ୍ତି। ବର୍ତ୍ତମାନ ସମୟରେ ଯେଉଁପରି ଭାବେ ବିମାନରେ ବୋମା ଥିବା ନେଇ ଧମକପୂର୍ଣ୍ଣ କଲ୍ ଆସୁଛି ଏହା ଦେଶରେ ଏକ ସମ୍ବେଦନଶୀଳ ପରିସ୍ଥିତି ସୃଷ୍ଟି କରିଛି।

ଏପରି କାର୍ଯ୍ୟକଳାପକୁ ‘ଧର୍ତ୍ତବ୍ୟ ଅପରାଧ’ ତାଲିକାରେ ରଖିବାକୁ ଆଲୋଚନା କରାଯାଉଛି। ଏପ୍ରକାର ଅପରାଧିକ ଘଟଣାରେ ଯେଉଁମାନେ ଧରାପଡ଼ିବେ ସେମାନଙ୍କୁ ତୁରନ୍ତ ନୋ-ଫ୍ଲାଏ ଲିଷ୍ଟରେ ରଖାଯିବ ଅର୍ଥାତ୍ ସେମାନଙ୍କୁ ଜୀବନବ୍ୟାପୀ ବିମାନସେବାରୁ ବଞ୍ôଚତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଏପରି ମିଛ କଲ ବା ହୋକ୍ସ କଲ୍ ପାଇଁ ସାରା ଦେଶରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ବିମାନ କମ୍ପାନୀମାନେ ଆର୍ôଥକ ସମସ୍ୟା ସହ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ନାଇଡୁ କହିଛନ୍ତି, “ଏହି ପ୍ରସଙ୍ଗରେ ଏକାଧିକ ବୈଠକ କରାଯାଉଛି। ନିୟମରେ ସଂଶୋଧନ କରାଯିବା ଆବଶ୍ୟକ ବୋଲି ବିଚାର କରାଯାଇଛି। ପରିବର୍ତ୍ତନ ଆସିବା ପରେ ଏପରି ସମସ୍ୟାର ସମାଧାନ ହେବ। ଅପରାଧୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଥିପାଇଁ ବିମାନ ମନ୍ତ୍ରଣାଳୟ ଅନ୍ୟ ମନ୍ତ୍ରଣାଳୟ ସହ କଥାବାର୍ତ୍ତା କରୁଛି। ପ୍ରକାଶ, ବେଶ୍ କିଛି ଦିନ ହେବ ଭାରତର ଅନେକ ଏୟାରଲାଇନ୍ସକୁ ବୋମା ବିସ୍ଫୋରଣ ନେଇ ଧମକ ମିଳୁଛି। ବିଶେଷକରି ଗତ ୭ ଦିନ ମଧ୍ୟରେ ୧୦୦ରୁ ଊର୍ଦ୍ଧ୍ୱ ଫେକ୍ କଲ ଆସିସାରିଛି ଯାହାଫଳରେ ଅନେକ ବିମାନ କମ୍ପାନୀଙ୍କୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଏକାଧିକ ବିମାନର ଜରୁରୀ ଅବତରଣ କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking