29.1 C
Bhubaneswar
Monday, June 9, 2025
Homeଦେଶ ବିଦେଶଆସ୍ଥା ଏବଂ ଧର୍ମ କାହାକୁ ନିଜ ଇଚ୍ଛା ମୁତାବକ ଜୀବନସାଥୀ ବାଛିବାରେ ରୋକିପାରିବ ନାହିଁ: ଦିଲ୍ଲୀ...

ଆସ୍ଥା ଏବଂ ଧର୍ମ କାହାକୁ ନିଜ ଇଚ୍ଛା ମୁତାବକ ଜୀବନସାଥୀ ବାଛିବାରେ ରୋକିପାରିବ ନାହିଁ: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ନିଜ ଇଚ୍ଛାରେ ଜୀବନସାଥୀ ବାଛିବା ସମ୍ପର୍କରେ ଦିଲ୍ଲୀ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ହାଇକୋର୍ଟ କହିଛନ୍ତି ଯେ ଆସ୍ଥା ଏବଂ ଧର୍ମ କାହାକୁ ନିଜ ଇଚ୍ଛା ମୁତାବକ ଜୀବନସାଥୀ ବାଛିବାରେ ରୋକିପାରିବ ନାହିଁ। ହାଇକୋର୍ଟଙ୍କ କହିବା ହେଲା, ବିବାହ କରିବାର ଅଧିକାର ହେଉଛି ମାନବ ସ୍ୱାଧୀନତା। ନିଜ ପସନ୍ଦର ବ୍ୟକ୍ତିଙ୍କୁ ବିବାହ କରିବାର ଅଧିକାର ହେଉଛି ସାମ୍ବିଧାନିକ ଅଧିକାର। ସମ୍ବିଧାନର ଅନୁଚ୍ଛେଦ ୨୧ରେ ଏହା ବିଷୟରେ ଉଲ୍ଲେଖ କରାଯାଇଛି।

ଜଷ୍ଟିସ ସୌରଭ ବାନାର୍ଜୀ କହିଛନ୍ତି, ନିଜର ଜୀବନସାଥୀ ବାଛିବା କୌଣସି ବି ପ୍ରକାରେ ଆସ୍ଥା ଏବଂ ଧର୍ମ ପ୍ରସଙ୍ଗରେ ପ୍ରଭାବିତ ହୋଇପାରିବ ନାହିଁ। ଯେତେବେଳେ ଭାରତର ସମ୍ବିଧାନ ଏହି ଅଧିକାର ଦେଉଛି, ଆସ୍ଥା ଏବଂ ଧର୍ମ କିପରି ଏହାକୁ ପ୍ରଭାବିତ କରିପାରିବ? ପ୍ରତ୍ୟେକ ବ୍ୟକ୍ତିଙ୍କର ନିଜ ଇଚ୍ଛା ଅନୁସାରେ ଜୀବନସାଥୀ ବାଛିବାର ଅଧିକାର ରହିଛି ଏବଂ ଏହାକୁ ରୋକାଯାଇ ପାରିବ ନାହିଁ। ଏତିକି ନୁହେଁ, ଏହି ମାମଲାରେ ହାଇକୋର୍ଟ ମା’, ବାପାଙ୍କୁ ନେଇ ମଧ୍ୟ ମନ୍ତବ୍ୟ ଦେଇଛନ୍ତି।

ହାଇକୋର୍ଟ କହିଛନ୍ତି ଯେ ଯେତେବେଳେ ଉଭୟ ପ୍ରାପ୍ତ ବୟସ୍କ ପୁଅଝିଅଙ୍କର ସମ୍ମତି ଥାଏ, ସେତେବେଳେ ରାଜ୍ୟ, ସମାଜ କିମ୍ବା ସମ୍ବନ୍ଧିତ ପକ୍ଷଙ୍କ ମା’, ବାପାମାନେ ସେମାନଙ୍କ ଜୀବନସାଥୀ ବାଛିବାର ନିଷ୍ପତ୍ତି ଉପରେ ନିଜର ପସନ୍ଦ ଥୋପି ପାରିବେ ନାହିଁ। ଏହା ସେମାନଙ୍କର ବ୍ୟକ୍ତିଗତ କଥା। ସେ ନିଜେ ନିଷ୍ପତ୍ତି ନେଇପାରିବେ। କହି ରଖୁଛୁ, ହାଇକୋର୍ଟଙ୍କ ଏହି ଆଦେଶ ଇଣ୍ଟରଫେଥ୍‌ ଦମ୍ପତିଙ୍କ ଆବେଦନ ଉପରେ ଆସିଛି। କୁହାଯାଉଛି ଯେ ଏହି ଦମ୍ପତି ପରିବାରର ଇଚ୍ଛା ବିରୁଦ୍ଧରେ ବିବାହ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking