22.1 C
Bhubaneswar
Friday, November 15, 2024
Homeଦେଶ ବିଦେଶଆସନ୍ତା ମାସରୁ ଅପଡେଟ ହେବ ଫେସବୁକର ସୁରକ୍ଷା ନୀତି

ଆସନ୍ତା ମାସରୁ ଅପଡେଟ ହେବ ଫେସବୁକର ସୁରକ୍ଷା ନୀତି

ନୂଆଦିଲ୍ଲୀ : ସୋସିଆଲ ମିଡ଼ିଆ ପ୍ଲାଟ୍ ଫର୍ମ ମେଟା ଫେସବୁକ, ମେସେଞ୍ଜର, ଇନଷ୍ଟାଗ୍ରାମ ପାଇଁ ଆସନ୍ତା ଜୁଲାଇ ୨୬ ତାରିଖରୁ କିଛି ଜରୁରୀ ସୁରକ୍ଷା ନୀତି ଜାରି କରିବା ନେଇ ଘୋଷଣା କରିଛି । ଗୁରୁବାର କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି କି ଏହି ସବୁ ନୀତିନିୟମ ଗୁଡିକୁ ପୁଣି ଥରେ ଜାରି କରାଯାଇଛି ଯାହାଦ୍ୱାରା ୟୁଜର୍ସ ମାନେ ଖୁବ ସହଜ ଓ ସରଳ ତରିକାରେ ଏଗୁଡ଼ିକୁ ବୁଝିପାରିବେ ଓ ଜାଣିପାରିବେ । ଏଇ ନିକଟରେ ହିଁ କେତେ ଗୁଡିଏ ୟୁରୋପୀୟ ଦେଶ, ଆମେରିକା, ଅଷ୍ଟ୍ରେଲିଆ ଏମିତିକି ନିଜେ ଭାରତ ସରକାର ଏହି ନୀତିକୁ ନେଇ କଡା ନିର୍ଦ୍ଦେଶ ଦେଇଛନ୍ତି । ଯାହା ଦ୍ୱାରା ନାଗରିକ ମାନଙ୍କ ତଥ୍ୟକୁ ସୁରକ୍ଷିତ ଭାବେ ରଖାଯାଇପାରିବ । ବିଶେଷଜ୍ଞ ମାନେ ଦାବି କରିଛନ୍ତିକି କେମ୍ବ୍ରିଜ ଏନଲିଟିକା ଭଳି ମାମଲା ପରେ ମେଟା ସମେତ ବିଭିନ୍ନ ସୋସିଆଲ ମିଡ଼ିଆ ପ୍ଲାଟ୍ଫର୍ମ ବିଭିନ୍ନ ଭ୍ରମାତ୍ମକ ଶବ୍ଦାବଳୀ ତଥା ଭାଷା ଗୁଡିକର ବ୍ୟବହାର କରୁଛନ୍ତି । ଯାହା ଦ୍ୱାରା ସରକାରୀ କ୍ରିୟାନୁଷ୍ଠାନରୁ ରକ୍ଷା ମିଳିପାରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking