30.1 C
Bhubaneswar
Monday, May 20, 2024
Homeଓଡିଶାଫ୍ଲିପକାର୍ଟ କାର୍ଯ୍ୟାଳୟରୁ ୨୮ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ହଡ଼ପ, ତଦନ୍ତ ଆରମ୍ଭ

ଫ୍ଲିପକାର୍ଟ କାର୍ଯ୍ୟାଳୟରୁ ୨୮ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ହଡ଼ପ, ତଦନ୍ତ ଆରମ୍ଭ

ବାଉଁଶୁଣୀ : ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଦମକଳ କେନ୍ଦ୍ର ନିକଟରେ ଥିବା ଫ୍ଲିପକାର୍ଟ କାର୍ଯ୍ୟାଳୟରୁ ୨୮ ଲକ୍ଷ ୪୩ ହଜାର ୫୬୭ ଟଙ୍କା ହଡ଼ପ ଅଭିଯୋଗ। ବାଉଁଶୁଣୀ ଥାନାରେ ମାମଲା ରୁଜୁ। ଏହି କାର୍ଯ୍ୟାଳୟରେ ସଟର ପଦବୀରେ ଥିବା ଡିମିରିପାଲି ଗ୍ରାମର ଗୋପାଳ ମେହେର ଶନିବାର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୁକ୍ତ ହେଲେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ପାଇକରାସାହି ପୋଡାଡିହା ଗ୍ରାମର ଅଶିଷ ରଞ୍ଜନ ପ୍ରଧାନ ଓ ନୟାଗଡ଼ ଜିଲ୍ଲା ଦୁର୍ଗାପ୍ରସାଦ ଗ୍ରାମର ସୁନୀଲ ପ୍ରିୟରଞ୍ଜନ ପାଲ।
ସୂଚନାନୁଯାୟୀ, ଗତ ୧୩ ତାରିଖ ଦିନ ରଞ୍ଜନ ପ୍ରଧାନ ଓ ସୁନୀଲ ପ୍ରିୟରଞ୍ଜନ ପାଲ ଘରକୁ ଯିବା ପାଇଁ ଛୁଟି ନେଇ ଯାଇଥିଲେ । ସେମାନେ ଗଲା ୩ ଦିନ ପରେ ବାଉଁଶୁଣୀ କାର୍ଯ୍ୟାଳୟକୁ ଫ୍ଲିପକାର୍ଟ ସେଣ୍ଟ୍ରାଲ କାର୍ଯ୍ୟାଳୟ ଓ ଜୟପୁର କାର୍ଯ୍ୟାଳୟର ଉପରିସ୍ଥ କର୍ମଚାରୀ ବାଉଁଶୁଣୀ କାର୍ଯ୍ୟାଳୟକୁ ଆସିଥିଲେ । ଏହି କର୍ମଚାରୀମାନଙ୍କ କହିବା ଅନୁସାରେ ବାଉଁଶୁଣୀ କାର୍ଯ୍ୟାଳୟରେ କାମ କରୁଥିବା ଆଶିଷ ଓ ସୁନୀଲ ସମୁଦାୟ ୨୮,୪୩,୫୬୭ ହଡ଼ପ କରି ଫେରାର ମାରିଛନ୍ତି ବୋଲି ଜଣାଇଥିଲେ । ଏମାନଙ୍କ ନାମରେ ଗୋପାଳ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗକୁ ଆଧାର କରି ୮୩, ୪୨୦, ୪୭୧, ୩୪ ପ୍ରକାରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ କରୁଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking