22.1 C
Bhubaneswar
Friday, January 10, 2025
Homeଓଡିଶାନୂଆବର୍ଷରେ ଜଗନ୍ନାଥ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ବ୍ୟାପକ ପ୍ରସ୍ତୁତି

ନୂଆବର୍ଷରେ ଜଗନ୍ନାଥ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ବ୍ୟାପକ ପ୍ରସ୍ତୁତି

ପୁରୀ: ରାତି ପାହିଲେ ନୂଆବର୍ଷ । ସେଥିପାଇଁ ଚଳଚଞ୍ଚଳ ହେଲାଣି ଶ୍ରୀକ୍ଷେତ୍ର । ଜଗନ୍ନାଥ ଦର୍ଶନ ସହ ବେଳାଭୂମି ସ୍ନାନ ପାଇଁ ଶ୍ରୀକ୍ଷେତ୍ରରେ ଜମିଛି ପର୍ଯ୍ୟଟକଙ୍କ ଭିଡ । ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ତରଫରୁ ବ୍ୟାପକ ପ୍ରସ୍ତୁତି ସହ ସରିଛି ରୋଡମ୍ୟାପ୍ । ୯୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବାକୁ ଥିବାବେଳେ କ୍ୟୁ ମ୍ୟାନେଜମେଣ୍ଟ ପାଇଁ ହୋଇଛି ବ୍ୟବସ୍ଥା । ସେପଟେ ନୂଆବର୍ଷରୁ କାର୍ଯ୍ୟକାରୀ ହେବ ସ୍ବତନ୍ତ୍ର ଏସିସେଡ୍ । ଶୀତତାପ ନିୟନ୍ତ୍ରତ ସେଡ୍ ସହ ସ୍ଥାନେ ସ୍ଥାନେ ବିଶ୍ରାମର ସୁବିଧା ପାଇପାରିବେ ଶ୍ରଦ୍ଧାଳୁ ।

ଗହଳିକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ୯୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବା ସହ କେନ୍ଦ୍ରାଞ୍ଚଳ ଆଇଜି ଓ ପୁରୀ ଏସ୍ପୀ ଭିଡ ନିୟନ୍ତ୍ରଣ ପାଇଁ ଫୋର୍ସ ମାନଙ୍କୁ ଦେଇଛନ୍ତି ଗୁରୁମନ୍ତ୍ର । ବ୍ୟାରିକେଡ଼ ଛଡ଼ା କୌଣସି ଗଳାବାଟରେ ଭକ୍ଟଙ୍କୁ ନନେବା ପାଇଁ ସେବାୟତ ଓ ଭକ୍ତଙ୍କୁ ଅନୁରୋଧ କରାଯାଇଛି । ସେଇଭଳି ଟ୍ରାଫିକ ନିୟନ୍ତ୍ରଣ ପାଇଁ ହୋଇଛି ସ୍ବତନ୍ତ୍ର ପ୍ଲାନ୍ । ୩୧ ତାରିଖ ରାତି ୧୨ ଟା ରୁ ଲାଗିହେବ ଟ୍ରାଫିକ କଟକଣା । ମରିଚିକୋଟ ଛକ ଠାରୁ ସିଂହଦ୍ଵାର ପର୍ଯ୍ୟନ୍ତ ହେବ ନୋ ଭେହିକିଲ ଜୋନ । ସେହିପରି ବେଳାଭୂମିରେ ହେବ ୪ ଥାକିଆ ସୁରକ୍ଷା ବ୍ୟବସ୍ଥା ।

୯ଟି ସେକ୍ଟର ଓ ୪ଟି ଫାଣ୍ଡି ଜରିଆରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ । ଜିରୋ ନାଇଟ୍ ସେଲିବ୍ରେଶନ ପାଇଁ ମଧ୍ୟ ହୋଟେଲ୍, ବାର୍ ମାଲିକ ମାନଙ୍କ ସହିତ ପୋଲିସର ସମନ୍ୱୟ ବୈଠକ ସରିଛି । ଅଗ୍ନି ନିରାପତ୍ତା ବ୍ୟବସ୍ଥା, ସିସିଟିଭି ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯିବା ସହ ପର୍ଯ୍ୟଟକଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ସନ୍ଦିଗ୍ଧଙ୍କ ଖବର ତୁରନ୍ତ ପୋଲିସ୍ କୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । କୋଣାର୍କ,ସାତପଡ଼ା ଆଦି ଅଞ୍ଚଳରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking