25.1 C
Bhubaneswar
Sunday, January 19, 2025
Homeବିଜିନେସ୍ବଢ଼ିବନି ଆଇଟି ରିଟର୍ଣ୍ଣ ସମୟସୀମା

ବଢ଼ିବନି ଆଇଟି ରିଟର୍ଣ୍ଣ ସମୟସୀମା

ନୂଆଦିଲ୍ଲୀ : ଇନ୍‌କମ୍ ଟ୍ୟାକ୍ସ ରିଟର୍ଣ୍ଣ ଦାଖଲ ତାରିଖରେ ବୃଦ୍ଧି ନେଇ ସରକାରଙ୍କ କୌଣସି ଯୋଜନା ନାହିଁ । ଅଧିକାଂଶ ରିଟର୍ଣ୍ଣ ଜୁଲାଇ ୩୧ ତାରିଖ ସୁଦ୍ଧା ଦାଖଲ ହୋଇଯିବ ବୋଲି ରାଜସ୍ୱ ସଚିବ ତରୁଣ ବଜାଜ୍ ଆଶାବ୍ୟକ୍ତ କରିଛନ୍ତି । ବଜାଜ୍ କହିଛନ୍ତି, ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଜୁଲାଇ ୨୦ ତାରିଖ ସୁଦ୍ଧା ୨.୩ କୋଟିରୁ ଊର୍ଦ୍ଧ୍ୱ ରିଟର୍ଣ୍ଣ ଦାଖଲ କରାଯାଇଥିଲା ଏବଂ ଏହା ବୃଦ୍ଧି ପାଉଛି । ଗତ ଆର୍ଥିକ ବର୍ଷ (୨୦୨୦-୨୧)ରେ ୨୦୨୧ ଡିସେମ୍ବର ୩୧ ସୁଦ୍ଧା ପ୍ରାୟ ୫.୮୯ କୋଟି ଆଇଟିଆର୍ ଦାଖଲ ହୋଇଥିଲା । ଏହା ଆଇଟିଆର୍ ଦାଖଲ ପାଇଁ ଗତବର୍ଷ ଡିସେମ୍ବର ୩୧କୁ ସମୟସୀମା ବୃଦ୍ଧି କରାଯାଇଥିଲା । ବଜାଜ୍ କହିଛନ୍ତି, ଲୋକେ ଭାବୁଛନ୍ତି ପ୍ରତିଥର ତାରିଖ ବଢ଼ାଇ ଦିଆଯିବ । ସେଥିପାଇଁ ପ୍ରଥମରୁ ରିଟର୍ଣ୍ଣ ଦାଖଲ କରିବାରେ କିଛିଟା ମନ୍ଥର ଥିଲେ । ମାତ୍ର ବର୍ତ୍ତମାନ ପ୍ରତ୍ୟେକ ଦିନ ୧୫ରୁ ୧୮ ଲକ୍ଷ ମଧ୍ୟରେ ରିଟର୍ଣ୍ଣ ମିଳୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking