21.1 C
Bhubaneswar
Thursday, January 23, 2025
Homeଅପରାଧଔଷଧ ଦୋକାନରୁ ଲୁଟ୍ ଘଟଣାର ପର୍ଦ୍ଦାଫାସ : ପୁଲିସ ପଞ୍ଝାରେ ବଙ୍ଗାଳୀ ଲୁଟେରା

ଔଷଧ ଦୋକାନରୁ ଲୁଟ୍ ଘଟଣାର ପର୍ଦ୍ଦାଫାସ : ପୁଲିସ ପଞ୍ଝାରେ ବଙ୍ଗାଳୀ ଲୁଟେରା

ଭୁବନେଶ୍ୱର: ରାଜଧାନୀରେ ଗତ ୨୦ ତାରିଖରୁ ଲଗାତାର ଭାବେ କେତେକ ଓøଷଧ ଦୋକାନରୁ ଲୁଟ୍ ହୋଇଥିଲା । ଏହିସବୁ ଘଟଣାରେ ସମ୍ପୃକ୍ତ ଥିବା ୪ଜଣ ବଙ୍ଗାଳୀ ଲୁଟେରାଙ୍କୁ ଗୁରୁବାର କମିଶନରେଟ୍ ପୁଲିସ ଗିରଫ କରିଛି । ସେମାନେ ହେଲେ ପଶ୍ଚିମବଙ୍ଗ ନଦିଆ ଜିଲ୍ଲା ରାଣାଘାଟ ଥାନା ଅଞ୍ଚଳର ରାଜୁ ଓରଫ ରାଜୁ ସିଂ(୪୩), ଉତ୍ତର ଚବିଶପ୍ରଗଣା ଜିଲ୍ଲାର ଶଙ୍କର ଦେ(୩୧), ସୋନୁ ଓରଫ ସୁରଞ୍ଜନ ବିଶ୍ୱାସ(୩୫), ସାମା ଓରଫ ଦୀପକ ବିଶ୍ୱାସ(୫୦) । ଏମାନଙ୍କ ଠାରୁ ନଗଦ ୩୯ ହଜାର ଟଙ୍କା, ଗୋଟିଏ ଆଧାର କାର୍ଡ, ୨ଟି ଭୋଟର ଆଇଡି କାର୍ଡ, ୪ଟି ମୋବାଇଲ୍ ଜବତ ହୋଇଥିବା ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ଏହି ଗ୍ୟାଙ୍ଗ୍‌ର ମାଷ୍ଟରମାଇଣ୍ଡ ରାଜୁ ସିଂ ଜଣେ ରଙ୍ଗମିସ୍ତ୍ରୀ । ସେ ୧୦ବର୍ଷ ହେବ କୋଲକାତାରେ କାମ କରୁଥିଲା । ଲକ୍‌ଡାଉନ୍ ହେବା ପରଠାରୁ ତାକୁ ପୂର୍ବଭଳି କୌଣସି କାମ ମିଳୁନଥିଲା । ଏନେଇ ସେ ତା’ର ସହଯୋଗୀ ଶଙ୍କର, ସୋନୁ ଓ ସାମାଙ୍କ ସହ ହାୱଡା ରେଳଷ୍ଟେସନରେ ଆସି ଗତ ୧୨ତାରିଖରେ ବ୍ରହ୍ମପୁରରେ ପହଞ୍ଚିଥିଲା । ପରେ ବ୍ରହ୍ମପୁର ବସ୍‌ଷ୍ଟାଣ୍ଡ ପାଖ ଏକ ହୋଟେଲ୍‌ରେ ରହି ଏକ ଲେଡିଜ୍‌କର୍ଣ୍ଣର ଏବଂ ପୁରୁଣା ବସଷ୍ଟାଣ୍ଡ ପାଖ ଏକ ଔଷଧ ଦୋକାନରୁ ଲୁଟ୍ କରି ୧୭ତାରିଖ ସକାଳେ ଭୁବନେଶ୍ୱରରେ ବସ୍ ଯୋଗେ ପହଞ୍ଚିଥିଲେ । ଭୁବନେଶ୍ୱର ଆସିବା ପରେ ମାଷ୍ଟରକ୍ୟାଣ୍ଟିନ ରେଳଷ୍ଟେସନ ପାଖ ଏକ ଗେଷ୍ଟ ହାଉସ୍‌ରେ ଦୁଇଟି ରୁମ୍ ନେଇ ରହିଥିଲେ । ରହିବାର ୩ଦିନ ପରେ ସେମାନେ ହୋଟେଲ ବଦଳି କରିଥିଲେ ।

ଏହାପରେ ୨୦ ତାରିଖରେ ବଡ଼ଗଡ ଥାନା ଅନ୍ତର୍ଗତ ରବି ଟକିଜ ନିକଟରେ ଥିବା କୌଶଲ୍ୟା ମେଡିସିନ ଷ୍ଟୋରର ଟଙ୍କା ବାକ୍ସରୁ ୩୬ ହଜାର ଟଙ୍କା ଲୁଟି ନେଇ ଚମ୍ପଟ ମାରିଥିଲେ । ପରେ ସେମାନେ କଟକ ବାଦାମବାଡ଼ି ଯାଇ ସେଠାରେ ଏକ ହୋଟେଲ୍‌ରେ ରହୁଥିଲେ । ଏହାପରେ ସେମାନେ ୨୧ତାରିଖରେ ଭୁବନେଶ୍ୱର ଆସି ନୟାପଲ୍ଲୀ ଆଇଆର୍‌ସି ଭିଲେଜ ଏନ-୨ରେ ଥିବା ବୃନ୍ଦାବନ ମେଡିସିନ ଷ୍ଟୋର ଟଙ୍କାବାକ୍ସରେ ଥିବା ୪୯ ହଜାର ଟଙ୍କା ନେଇ ଫେରାର ହୋଇଯାଇଥିଲେ ।

ସେହିପରି ପୁଣି ୨୨ ତାରିଖରେ ଶ୍ରୀଲିଙ୍ଗରାଜ ଏବଂ ୨୪ ତାରିଖରେ ଖାରବେଳନଗର ଥାନା ଅଞ୍ଚଳ ବିଭିନ୍ନ ଔଷଧ ଦୋକାନରୁ ଠକାମୀ କରି ଲୁଟ୍ କରିଥିଲେ । ଏଭଳି ଘଟଣା ଗୁଡ଼ିକୁ ଭୁବନେଶ୍ୱର ଡିସିପି ଗୁରୁତର ସହ ନେଇଥିଲେ । ଏନେଇ ସ୍ପେଶାଲସ୍କ୍ୱାର୍ଡ ଜରିଆରେ ଅଭିଯୁକ୍ତଙ୍କୁ ଠାବ କରିବା ନେଇ ଯୋଜନା କରିଥିଲେ । ଗୁରୁବାର ସକାଳେ ଅଭିଯୁକ୍ତମାନେ ବାଦାମବାଡ଼ିର ଏକ ହୋଟେଲ୍‌ରେ ଥିବାବେଳେ ପୁଲିସ ଚଢ଼ଉ କରି ସେମାନଙ୍କୁ ଗିରଫ କରିଛି । ଅଭିଯୁକ୍ତମାନଙ୍କୁ ଶୁକ୍ରବାର ନୟାପଲ୍ଲୀ ଥାନା ପୁଲିସ କୋର୍ଟ ଚାଲାଣ କରିବ। ଏଥିସହ ସେମାନଙ୍କୁ ୫ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରାଯିବ ବୋଲି ସ୍ପେଶାଲସ୍କ୍ୱାଡ୍ ଏସିପି ସଞ୍ଜୀବ ଶତପଥୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking