32.1 C
Bhubaneswar
Saturday, June 29, 2024
Homeଓଡିଶା୮ ଯାଜପୁର ଲୋକସଭା ଆସନର ଭୋଟ ଗ୍ରହଣ ନିମନ୍ତେ ଇଭିଏମ ପ୍ରସ୍ତୁତ

୮ ଯାଜପୁର ଲୋକସଭା ଆସନର ଭୋଟ ଗ୍ରହଣ ନିମନ୍ତେ ଇଭିଏମ ପ୍ରସ୍ତୁତ

ଯାଜପୁର : ଯାଜପୁର ଜିଲ୍ଲା ସଦର ମହକୁମାସ୍ଥ ନରସିଂହ ଚୌଧୁରୀ ମହାବିଦ୍ୟାଳୟରେ ଗତ କାଲି ଠାରୁ ଚାଲିଥିବା ଇ ଭି ଏମ କମିସନିଂ ୮ ଯାଜପୁର ଲୋକସଭା ଆସନର ଭୋଟ ଗ୍ରହଣ ନିମନ୍ତେ କାର୍ଯ୍ୟ ଶେଷ ହୋଇ ଇ ଭିଏମ୍ ଗୁଡ଼ିକୁ ଷ୍ଟ୍ରଙ୍ଗ ରୁମ ରେ ରଖା ଯାଇଛି।କମିସନିଁ କାର୍ଯ୍ୟକୁ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ନିଖିଲ ପବନ କଲ୍ୟାଣ ଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଆଜି ସାଧାରଣ ପର୍ଯ୍ୟବେକ୍ଷକ ଶ୍ରୀ ବିଶ୍ରାମ ମୀନା ଙ୍କ ଉପସ୍ଥିତିରେ କମିସନିଂ କାର୍ଯ ଅନୁଷ୍ଠିତ ହୋଇଥିଲା।ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ତଥା ରିଟର୍ଣୀଙ୍ଗ ଅଫିସର 50 ବଡ଼ଚଣା ଓ 51 ଧର୍ମଶାଳା ବିଧାନ ସଭା ନିର୍ବାଚନ ମଣ୍ଡଳୀ ଶ୍ରୀ ନବକ୍ରିଷ୍ନ ଜେନା,ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ,ତଥା ରିଟର୍ଣୀଙ୍ଗ ଅଫିସର 48, ସଂରକ୍ଷିତ, ବିଞ୍ଝାରପୁର ବିଧାନସଭା ନିର୍ବାଚନ ମଣ୍ଡଳୀ, ଅତିରିକ୍ତ ଜିଲ୍ଲାପାଳ, କଳିଙ୍ଗ ନଗର ତଥା ରିଟର୍ଣୀଙ୍ଗ ଅଫିସର 54 ସୁକିନ୍ଦା ବିଧାନସଭା ନିର୍ବାଚନ ମଣ୍ଡଳୀ, ଉପଜିଲ୍ଲାପାଳ ତଥା ରିଟର୍ଣୀଙ୍ଗ ଅଫିସର 52 ଯାଜପୁର ଓ 53 କୋରେଇ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଶ୍ରୀ ଅଂଶୁମାନ ଶତପଥୀ,ଅତିରିକ୍ତ ଉପଜିଲ୍ଲାପାଳ ତଥା ରିଟର୍ଣୀଙ୍ଗ ଅଫିସର 49 ବରୀ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଶ୍ରୀମତୀ ମନୋରମା ଜାଲି, ଇ ଲୋକ୍ଟ୍ରୋନିକ୍ସ କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡର 21 ଜଣ ଇଞ୍ଜିନିୟର, ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀଙ୍କ ପ୍ରତିନିଧି ମାନଙ୍କ ଉପସ୍ଥିତିରେ କମିସନିଂ କାର୍ଯ୍ୟ ସଂଗଠିତ କରାଯାଇ ଇ ଭିଏମ୍ ଗୁଡ଼ିକୁ ଷ୍ଟ୍ରଙ୍ଗ ରୁମରେ ରଖାଯାଇଥିଲା କମିସନିଂ କାର୍ଯ୍ୟରେ ଡେପୁଟି କଲେକ୍ଟର, ନିର୍ବାଚନ,ଶ୍ରୀ ରଶ୍ମିରଞ୍ଜନ ମଲ୍ଲିକ, ବି ଡି ଓ, ତହସିଲଦାର, ପ୍ରିଯାଇଡିଂ ଅଫିସର ମାନେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking