27.1 C
Bhubaneswar
Wednesday, June 26, 2024
Homeଦେଶ ବିଦେଶଭାରତରେ ଇଭିଏମ୍ ହେଉଛି ଏକ ବ୍ଲାକ୍ ବକ୍ସ : ରାହୁଲ ଗାନ୍ଧି

ଭାରତରେ ଇଭିଏମ୍ ହେଉଛି ଏକ ବ୍ଲାକ୍ ବକ୍ସ : ରାହୁଲ ଗାନ୍ଧି

ନୂଆଦିଲ୍ଲୀ : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧି ଇଭିଏମକୁ ନେଇ ପୁଣି ଉଠାଇଛନ୍ତି ପ୍ରଶ୍ନ। ସେ ଏହାକୁ ‘ବ୍ଲାକ୍‌ ବକ୍ସ’ ବୋଲି କହିଛନ୍ତି। ରାହୁଲ ଗାନ୍ଧି ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ତଥା ସ୍ପେଶ୍‌ ଏକ୍ସ ସିଇଓ ଏଲନ୍‌ ମସ୍କଙ୍କ ଏକ୍ସ ପୋଷ୍ଟକୁ ରି-ପୋଷ୍ଟ କରିବା ସହ ଏକ ସ୍ୱତନ୍ତ୍ର ଖବର କାଗଜରେ ଛପି ଥିବା ଖବରର ଏକ ଖଣ୍ଡକୁ ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି। ଏଥିରେ ସେ ଲେଖିଛନ୍ତି, ‘ଭାରତରେ ଇଭିଏମ୍ ହେଉଛି ଏକ ବ୍ଲାକ୍ ବକ୍ସ। ଏହାକୁ ଯାଞ୍ଚ କରିବାକୁ କାହାର ବି ଅନୁମତି ନାହିଁ।’ସେ ଆହୁରି କହିଛନ୍ତି, ‘ଆମର ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ନେଇ ଚିନ୍ତା ବଢ଼ୁଛି। ଓଡ଼ିଆ ସ୍ପଷ୍ଟ ନୁ୍ୟଜ ଯେତେବେଳେ ଅନୁଷ୍ଠାନଗୁଡ଼ିକର ଉତ୍ତରଦାୟିତ୍ୱ ଅଭାବ ହୁଏ, ସେତେବେଳେ ଗଣତନ୍ତ୍ର ଦେଖାଣିଆ ପାଲଟିଯାଏ ଏବଂ ଠକାମିର ସମ୍ଭାବନା ବଢ଼ିଯାଏ।ପ୍ରକାଶ ଯେ ଏଲନ୍ ମସ୍କ ଶନିବାର ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଇଭିଏମ ବ୍ୟବହାର ନକରିବାକୁ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ, ‘ଇଭିଏମକୁ ରଦ୍ଦ କରିଦେବା ଉଚିତ୍। ଏହାକୁ ସାଧାରଣ ଲୋକ କିମ୍ବା ଏଆଇ ଦ୍ୱାରା ହ୍ୟାକ୍ କରିବା ଅଶଙ୍କା ରହିଛି।’ ଏଲନ ମସ୍କଙ୍କ ଏହି ବୟାନ ପରେ ରାହୁଲ ଗାନ୍ଧି ମଧ୍ୟ ଏହି କଥା ଆଳରେ ଇଭିଏମକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking