28.1 C
Bhubaneswar
Thursday, September 19, 2024
Homeଓଡିଶାରୁଟି ତିଆରି ବେଳେ ଜମାରୁ ବି କରନ୍ତୁନି ଏମିତି ଭୁଲ, ହୋଇପାରେ ମାରାତ୍ମକ ରୋଗ

ରୁଟି ତିଆରି ବେଳେ ଜମାରୁ ବି କରନ୍ତୁନି ଏମିତି ଭୁଲ, ହୋଇପାରେ ମାରାତ୍ମକ ରୋଗ

ଭୁବନେଶ୍ୱର: ରୁଟି ଭାରତୀୟ ବ୍ୟଞ୍ଜନର ଏକ ପ୍ରମୁଖ ଖାଦ୍ୟ । ଏହାର ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି । ରୁଟିରେ ଥିବା ଫାଇବର ହଜମରେ ସାହାଯ୍ୟ କରେ । ଏଥିରେ ଓଜମ କମେ । ଇମ୍ୟୁନିଟି ବଢାଏ । ଡାଇବେଟିସ୍‌, ବ୍ଲଡପ୍ରେସର ନିୟନ୍ତ୍ରଣ ପାଇଁ ରୁଟି ଖାଇବାକୁ ପରାମର୍ଶ ଦିଆଯାଏ । ଭାରତର ବିଭିନ୍ନ ପ୍ରାନ୍ତରେ ଲୋକେ ମଧ୍ୟାହ୍ନ ଓ ରାତ୍ରିଭୋଜନରେ ରୁଟି ଖାଉଥିବାବେଳେ ଓଡ଼ିଶାରେ ମୁଖ୍ୟତଃ ରାତି ବେଳା ରୁଟି ଖାଇବାକୁ ପସନ୍ଦ କରନ୍ତି । ଏବେ ଏହି ନିତିଦିନିଆ ଖାଦ୍ୟକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି । ଏକ ଅନୁସନ୍ଧାନରୁ ଜଣାପଡିଛି ଯେ, ରୁଟି ଖାଇବା ଦ୍ୱାରା ମାରାତ୍ମକ ରୋଗ ହୋଇପାରେ । ନିଆଁରେ ସିଧା ଆଞ୍ଚରେ ସେକା ହୋଇଥିବା ରୁଟି ଖାଇଲେ ଏହି କ୍ୟାନ୍ସର ହେବାର ଆଶଙ୍କା ଥିବା କୁହାଯାଉଛି।

ରୁଟି ଜଳିବାରୁ ବଞ୍ଚାନ୍ତୁ: ରୋଷେଇ କରିବା ବେଳେ ଯେମିତି ରୁଟି ନ ଜଳେ ସେଥିପ୍ରତି ଧ୍ୟାନ ଦିଅନ୍ତୁ । ଧୀମା ଆଞ୍ଚରେ ବନାନ୍ତୁ ଓ ରୁଟି ନ ଜଳିବାକୁ ବାରମ୍ବାର ଏପଟ ସେପଟ ଓଲଟାନ୍ତୁ । ଖାଇବା ପୂର୍ବରୁ ଜଳି ଯାଇଥିବା କଳା ଅଂଶ ହଟାଇ ଦିଅନ୍ତୁ ।

କମ୍ ଖାଆନ୍ତୁ : ଯଦି ନିଆଁରେ ସେକା ରୁଟି ଆପଣଙ୍କୁ ପସନ୍ଦ, ତାହେଲେ କମ୍ ରୁଟି ଖାଇବାକୁ ଡାକ୍ତର ପରାମର୍ଶ ଦିଅନ୍ତି । ଏହା ବଦଳରେ ସନ୍ତୁଳିତ ଖାଦ୍ୟ ଖାଆନ୍ତୁ ।

ପ୍ୟାନରେ ସେକନ୍ତୁ: ରୁଟିକୁ ନିଆଁରେ ସିଧା ଆଞ୍ଚରେ ସେକିବା ବଦଳରେ ପ୍ୟାନରେ ସେକିବାକୁ ପରାମର୍ଶ ଦିଆଯାଏ । ଏହାଦ୍ୱାରା ପ୍ୟାନ ଉଚ୍ଚ ତାପମାତ୍ରାକୁ ଅବଶୋଷିତ କରେ । କମ୍ ଆଞ୍ଚରେ ରୁଟି କରିବାରେ ସାହାଯ୍ୟ କରେ ।

ଡାଏଟରେ ଏହି ଖାଦ୍ୟ ସାମିଲ କରନ୍ତୁ: ଯଦି ଆପଣ ଅଧିକ ରୁଟି ଖାଉଛନ୍ତି, ତାହେଲେ ନିଜ ଖାଦ୍ୟରେ ଆଣ୍ଟିଅକ୍ସିଡାଣ୍ଟରେ ଭରପୁର ଫଳ ଓ ପନିପରିବା ସାମିଲ କରନ୍ତୁ । ଏହା ଫ୍ରି ରେଡିକଲ୍ସ, ଅକ୍ସିଡେଟିଭ ଷ୍ଟ୍ରେସ କମ୍ କରିବାରେ ଓ କ୍ୟାନ୍ସର ରୋକିବାରେ ସାହାଯ୍ୟ କରେ । ତେଣୁ କ୍ୟାନ୍ସରରୁ ବର୍ତ୍ତିବା ପାଇଁ ଏହି ଉପାୟ ଅନୁସରଣ କରିବାକୁ ଡାକ୍ତର ପରାମର୍ଶ ଦିଅନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking