29.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶହତ୍ୟା ପରେ ବି ବୁଝିଲାନି ମନ... ଶରୀରକୁ ଖଣ୍ଡଖଣ୍ଡ କରି ବ୍ୟାଗରେ ପୁରାଇ ଫିଙ୍ଗିଦେଲେ

ହତ୍ୟା ପରେ ବି ବୁଝିଲାନି ମନ… ଶରୀରକୁ ଖଣ୍ଡଖଣ୍ଡ କରି ବ୍ୟାଗରେ ପୁରାଇ ଫିଙ୍ଗିଦେଲେ

କୋଲକାତା: ନାରକୀୟ କାଣ୍ଡ । ମହିଳାଙ୍କୁ ହତ୍ୟା ପରେ ଖଣ୍ଡଖଣ୍ଡ କରି ବ୍ୟାଗରେ ପୁରାଇ ଫିଙ୍ଗିଦେଲେ । ଗତକାଲି ପଶ୍ଚିମବଙ୍ଗ ୱାଟଗୁଞ୍ଜ ଅଞ୍ଚଳର ସସ୍ତିତାଲା ରୋଡରେ ଥିବା ଏକ ପରିତ୍ୟକ୍ତ ସିଆଇଏସ୍‌ଏଫ୍ କ୍ୱାର୍ଟର୍ସରୁ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି । ତିନୋଟି ପ୍ଲାଷ୍ଟିକ୍ ବ୍ୟାଗରେ ପ୍ୟାକ୍ ହୋଇଥିବା ଶରୀରର ବିଭିନ୍ନ ଅଂଶ ଉଦ୍ଧାର କରିଛି ପୋଲିସ । ସୂଚନା ଅନୁସାରେ, ମୃତ ମହିଳାଙ୍କ ବୟସ ୩୦ରୁ ୩୫ବର୍ଷ ହେବ । କପାଳରେ ସିନ୍ଦୁର ଥିବାରୁ ସେ ବିବାହିତା ବୋଲି ପୋଲିସ ସନ୍ଦେହ କରୁଛି । ତେବେ ତାଙ୍କର ପରିଚୟ ଏଯାଏ ସ୍ପଷ୍ଟ ହୋଇନି । ପରିତ୍ୟକ୍ତ ସିଆଇଏସ୍‌ଏଫ୍ କ୍ୱାର୍ଟର୍ସରୁ ଦୁର୍ଗନ୍ଧ ହେବାରୁ ଲୋକମାନେ ପୋଲିସକୁ ସୂଚନା ଦେଇଥିଲେ ।

ପୋଲିସ ପହଞ୍ଚିବା ପରେ ୩ଟି ପ୍ଲାଷ୍ଟିକ ବ୍ୟାଗରେ ଶରୀରର କଟା ଅଂଶ ଭର୍ତ୍ତି ହୋଇଥିବା ଦେଖିବାକୁ ପାଇଥିଲା । ବ୍ୟାଗ ଭିତରେ ଏକ ଇଟା ମଧ୍ୟ ରହିଥିଲା ।କେହି ହତ୍ୟା କରିବା ପରେ ଏଗୁଡିକୁ ନଦୀ କିମ୍ୱା କେନାଲରେ ଫିଙ୍ଗିବାକୁ ଯୋଜନା କରିଥିବା ସନ୍ଦେହ କରାଯାଉଛି । ଏନେଇ ଡିଟେକ୍ଟିଭ ବିଭାଗର ହୋମଗାର୍ଡ ୱିଙ୍ଗର ଜଣେ ଅନୁସନ୍ଧାନକାରୀ ସୂଚନା ଦେଇଛନ୍ତି । ତେବେ ଶରୀରର ବାହୁ, ଗୋଡ ଏବଂ ପେଟର କିଛି ଅଂଶ ନଥିବା ଜଏଣ୍ଟ ସିପି (କ୍ରାଇମ) ସୟଦ ୱାକର ରଜା ସୂଚନା ଦେଇଛନ୍ତି । ପୋଲିସ କହିଛି, ଯାହା ଜଣାପଡୁଛି କେହି ହତ୍ୟା କରିବା ପରେ ତରତର ହୋଇ ଚଳନ୍ତା ଗାଡିରୁ ପ୍ଲାଷ୍ଟିକ ବ୍ୟାଗଗୁଡିକୁ ଫିଙ୍ଗି ଦେଇଛି । ତଥାପି ସେ ସେହି ସ୍ଥାନରେ ତାଙ୍କୁ ହତ୍ୟା କରାଯାଇଛି ନା ଅନ୍ୟ କୌଣସି ସ୍ଥାନରେ ହତ୍ୟା କରି ମୃତଦେହ କାଟି ଫିଙ୍ଗାଯାଇଛି ସେନେଇ ଅନୁସନ୍ଧାନ ଜାରି ରହିଛି । ୱାଟଗୁଞ୍ଜ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

ଗତକାଲି ଅପରାହ୍ଣ ପ୍ରାୟ ୨ଟା ୫୦ ସମୟରେ ସେହି ନିର୍ଜନ ଅଞ୍ଚଳରେ କିଛି ଯୁବକ କଟା ଅଂଗ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ତୁରନ୍ତ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହ ଘଟଣାସ୍ଥଳରେ ପହଞ୍ଚି ୩ଟି ପ୍ଲାଷ୍ଟିକ ବ୍ୟାଗ ଜବତ କରିଥିଲା । ସେହି ଅଞ୍ଚଳର ସିସିଟିଭି ଫୁଟେଜ୍ ସଂଗ୍ରହ କରାଯାଇଛି । ତେବେ କେହି ପ୍ରତିଶୋଧ ପରାୟଣ ହୋଇ ହତ୍ୟାକାଣ୍ଡ ଘଟାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଏହି ଅଞ୍ଚଳରେ ଲୋକ ଚଳପ୍ରଚଳ କରନ୍ତି ନାହିଁ । ହତ୍ୟାକାରୀ ନିଶ୍ଚିତ ଏହା ଜାଣି ଏଠାରେ ମୃତଦେହ ଫିଙ୍ଗିଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking