ଧର୍ମଗଡ଼: ସରକାର ଗାଁ କୁ ସଡକ ଭଳି ଅନେକ ଯୋଜନା ଆରମ୍ଭ କରିଛନ୍ତି। ଗ୍ରାମପଞ୍ଚାୟତ ,ବ୍ଳକ ତଥା ପଶ୍ଚିମ ଓଡିଶା ବିକାଶ ପରିଷଦ ରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ଅନେକ ରାସ୍ତା ନିର୍ମାଣ କରାଯାଉଛି। କିନ୍ତୁ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ଗୁନଗୁନିଆ ରେଙ୍ଗାଳପାଳି କୁ ଏ ପର୍ଯ୍ୟନ୍ତ ସାଧାରଣ ରାସ୍ତାଟିଏ ନାହିଁ। ଗାଁ କୁ ଯିବାକୁ ଏକ ମାଟି ରାସ୍ତା ଟିଏ ଥିଲେ ମଧ୍ୟ ତାହା ଅତି ସଂକୀର୍ଣ୍ଣ। ବର୍ଷା ଦିନ ଲୋକେ ନାହିଁନଥିବା ଅସୁବିଧା ଭୋଗ କରନ୍ତି। ଏହି ଗାଁ କୁ ରାସ୍ତା ନିର୍ମାଣ ପାଇଁ ଅନେକ ଅନେକ ଥର ପ୍ରତିଶ୍ରୁତି ମଧ୍ୟ ଦେଲେଣି କିନ୍ତୁ ଆଜିଯାଏ କାର୍ଯ୍ୟକାରୀ କରାଯାଇନାହିଁ । ଏହି ଗାଁ ରେ ପାଞ୍ଚ ଶହ ରୁ ଅଧିକ ପରିବାର ବସବାସ କରୁଥିବା ବେଳେ ଗାଁ କୁ ଆମ୍ବୁଲାନ୍ସ ମଧ୍ୟ ଯାଇପରେନାହିଁ। ଦୀର୍ଘ ଦିନ ଧରି ଏପରି ସମସ୍ୟା ଭୋଗ କରୁଥିଲେ ମଧ୍ୟ ପ୍ରଶାସନ ର ଦୃଷ୍ଟି ନାହିଁ। ଗ୍ରାମବାସୀ ଏ ସମ୍ପର୍କରେ ଅନେକ ଥର ସରପଞ୍ଚ ଙ୍କ ଠାରୁ ଆରମ୍ଭ କରି ଜିଲାପାଳ ଙ୍କୁ ଜଣାଇ ଥିଲେ ମଧ୍ୟ କେହି ଶୁଣୁନଥିବା ସେମାନେ ଅଭିଯୋଗ କରିଛନ୍ତି। ଜିଲ୍ଲା ପ୍ରଶାସନ ଏ ଗାଁ କୁ ଗୋଟେ ରାସ୍ତା ନିର୍ମାଣ ପାଇଁ ସେମାନେ ଦାବି କରିଛନ୍ତି।