25.8 C
Bhubaneswar
Saturday, July 27, 2024
Homeଓଡିଶାଭିଜିଲାନ୍ସ ଜାଲରେ ଇଏସଆଇ ମେଡିକାଲ କିରାଣି

ଭିଜିଲାନ୍ସ ଜାଲରେ ଇଏସଆଇ ମେଡିକାଲ କିରାଣି

ଭୁବନେଶ୍ୱର: ୧୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ମାଡ଼ିବସିଲା ଭିଜିଲାନ୍ସ । ରାଉରକେଲା ଇଏସଆଇ ହସ୍ପିଟାଲର ବରିଷ୍ଠ ସହକାରୀ କିରାଣି ଅଭିରାମ ସାହୁ ବକେୟା ବାଲ୍ ପାସ କରିବା ପାଇଁ ଅଭିଯୋଗକାରୀଙ୍କ ଠାରୁ ୧୦ ହଜାର ଟଙ୍କା ନେଲା ବେଳେ ଭିଜିଲାନ୍ସ ଗିରଫ କରିଛି । ଭିଜିଲାନ୍ସ ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ପଚରାଉଚରା କରୁଛି । ବିଶ୍ୱସିଂହ ସିଂହ ନାମକ ବ୍ୟକ୍ତି ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇ ରାଉରକେଲା ଇଏସଆଇ ହସପିଟାଲରେ ଭର୍ତ୍ତି ହୋଇଥିଲେ ।

୪ବର୍ଷ ହେଲା ବକେଇ ବିଲ୍ ପଡ଼ିରହିଥିଲା । ବରିଷ୍ଠ ସହକାରୀ କିରାଣି ଅଭିରାମ ସାହୁ ବିଲ୍ ପାସ କରୁଥିଲେ । ଏଥିପାଇଁ ବିଶ୍ୱସିଂହ ବହୁ ଥର ଆସି ବିଲ୍ ପାସ୍ କରିବାକୁ ତାଙ୍କୁ କହିଥିଲେ, ହେଲେ ସେ କରୁ ନଥିଲେ । ଏପରି ୪ବର୍ଷ ବିତିଯାଇଥିଲା । କିଛି ଦିନ ତଳେ ବିଶ୍ୱନାଥ ବିଲ୍ ପାସ କରିବା ପାଇଁ ଅଭିରାମଙ୍କ ପାଖକୁ ଯାଇଥିଲେ । ବିଲ୍ ପାସ କରିଦେବା ପାଇଁ ଅଭିରାମ ବିଶ୍ୱନାଥଙ୍କୁ ୧୦ ହଜାର ଲାଞ୍ଚ ଟଙ୍କା ମାଗିଥିଲେ । ବିଶ୍ୱନାଥ ମଧ୍ୟ ଅଭିରାମଙ୍କ କଥାରେ ରାଜି ହୋଇଯାଇଥିଲେ । ଏନେଇ ବିଶ୍ୱନାଥ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ । ଆଜି ସକାଳେ ବିଶ୍ୱନାଥ ଅଭିରାମଙ୍କୁ ଲାଞ୍ଚ ଟଙ୍କା ଦେଉଥିବା ସମୟରେ ଭିଜିଲାନ୍ସ ଅଧିକାରୀ ପହଞ୍ଚି ଅଭିରାମଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରବା ସହ ତାଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking