ନୂଆଦିଲ୍ଲୀ : ଏଣିକି ଇପିଏଫ ଟଙ୍କା ପାଇବା ପାଇଁ ଆପଣଙ୍କୁ ଆଉ ହଇରାଣ ହେବାକୁ ପଡିବନି । ପ୍ରୋଭିଡେଣ୍ଟ ଫଣ୍ଟ ଟଙ୍କା ଉଠାଇବା ପାଇଁ ଏତେ କଷ୍ଟ କରିବାକୁ ପଡିବନି । ସିଧାସଳଖ ଏଟିଏମରୁ ଇପିଏଫ ଟଙ୍କା ଉଠାଇପାରିବେ ଆପଣ । ଖୁବଶୀଘ୍ର ଇପିଏଫଓ ୩.୦ ଲାଗୁ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଏନେଇ କେନ୍ଦ୍ର ଶ୍ରମ ମନ୍ତ୍ରୀ ମନସୁଖ ମାଣ୍ଡଭିୟା ଘୋଷଣା କରିଛନ୍ତି । ସେ କହିଛନ୍ତି ଇପିଏଫଓ ୩ . ଓ ନୂଆ ବ୍ୟବସ୍ଥା । ଜୁନ ନାସରୁ ଏହାକୁ ଲାଗୁ କରାଯିବ । ଦେଶର ବ୍ୟାଙ୍କିଙ୍ଗ ସିଷ୍ଟମକୁ ସୁବିଧା ଯୋଗାଇବ ଏହା ସହ ଇପିଏଫଓ ଫ୍ୱେବସାଇଟ ଗ୍ରାହକଙ୍କ ପାଇଁ ଆହୁରି ସହଜ ହେବ ବୋଲି କେନ୍ଦ୍ର ଶ୍ରମ ମନ୍ତ୍ରୀ ଆହୁରି କହିଛନ୍ତି । ମନ୍ତ୍ରୀଙ୍କ ସୂଚନା ଅନୁସାରେ ଇପିଏଫଓ ୩.୦ ଲାଗୁ ହେଲେ ଏହାର ସଦସ୍ୟଙ୍କୁ ମିଳିବ ଏହାର ସ୍ୱତନ୍ତ୍ର ଏଟିଏମ କାର୍ଡ । ଫ୍ୱେବସାଇଟରେ ଥିବା ସବୁ ସମସ୍ୟାକୁ ଜାନୁଆରୀ ସୁଦ୍ଧା ସମାଧାନ କରିଦିଆଯିବ । ଇପିଏଫ ସଦସ୍ୟଙ୍କୁ ଉତ୍ତମ ସେବା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ସବୁ ପ୍ରକାର ପ୍ରସ୍ତୁତି କରିଛନ୍ତି ।