31.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶପରଲୋକରେ ଲୋକପ୍ରିୟ ଅଭିନେତା ଅନୁପମ ଶ୍ୟାମ

ପରଲୋକରେ ଲୋକପ୍ରିୟ ଅଭିନେତା ଅନୁପମ ଶ୍ୟାମ

ମୁମ୍ବାଇ : ବଲିଉଡ ଫିଲ୍ମ ଓ ଛୋଟ ପରଦାର ଲୋକପ୍ରିୟ ଅଭିନେତା ଅନୁପମ ଶ୍ୟାମଙ୍କ ପରଲୋକ । ୬୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । କିଛି ଦିନ ଧରି ସେ ଅସୁସ୍ଥ ଥିଲେ । ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ତାଙ୍କର କିଡନିଜନିତ ସମସ୍ୟା ଥିଲା । ଆଜି ତାଙ୍କର ଏକାଧିକ ଅଙ୍ଗ କାମ କରିବା ବନ୍ଦ କରିବାର କିଛି ସମୟରେ ତାଙ୍କର ମୃତ୍ୟୁ ହୋଇଛି। ‘ପ୍ରତିଜ୍ଞା’ ଧାରାବାହିକରେ ଠାକୁର ସଜ୍ଜନ ସିଂହ ଚରିତ୍ରକୁ ନେଇ ସେ ବେଶ୍ ଲୋକପ୍ରିୟ ହୋଇଥିଲେ । ଅନୁପମଙ୍କ ସ୍ୱାସ୍ଥ୍ୟ ମଝିରେ ଠିକ୍ ହୋଇଯିବା ପରେ ନିୟମିତ ଭାବେ ଡାଏଲିସିସ୍ କରାଯାଉଥିଲା । ଚଳିତ ବର୍ଷ ‘ପ୍ରତିଜ୍ଞା’ର ସିଜିନ୍-୨ର ସୁଟିଂ କରୁଥିଲେ ଅନୁପମ। ସୁଟିଂ ଚାଲିଥିବା ବେଳେ ସପ୍ତାହକୁ ୩ ଥର ତାଙ୍କୁ ଡାଏଲିସିସ୍ ପାଇଁ ହସ୍ପିଟାଲକୁ ନିଆଯାଉଥିଲା । ଅନୁପମ ଶ୍ୟାମ୍ ସ୍ଲୁମଡୋଗ୍ ମିଲିଅନାୟାର, ବନ୍ଦିତ କୁଇନ, ଦସ୍ତକ, ଦୁସ୍ମନ, ସତ୍ୟା, ଦିଲ୍ ସେ, ଲଗାନ, ନାୟକ ଆଦି ଅନେକ ବଲିଉଡ ଫିଲ୍ମରେ ଅଭିନୟ କରିଛନ୍ତି । ହେଲେ ଧାରାବାହିକ ‘ପ୍ରତିଜ୍ଞା’ ତାଙ୍କୁ ଅନେକ ଲୋକପ୍ରିୟତା ଦେଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking