19.1 C
Bhubaneswar
Wednesday, January 15, 2025
Homeଓଡିଶାଶେଷ ହିତାଧିକାରୀ ଯାଏ ସୁଭଦ୍ରା ଯୋଜନାରେ ପଞ୍ଜୀକରଣ ଚାଲୁ ରହିବ

ଶେଷ ହିତାଧିକାରୀ ଯାଏ ସୁଭଦ୍ରା ଯୋଜନାରେ ପଞ୍ଜୀକରଣ ଚାଲୁ ରହିବ

ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ପଞ୍ଜୀକରଣ ପାଇଁ ଏବେ ସାରା ରାଜ୍ୟରେ ଜନସେବା କେନ୍ଦ୍ରରେ ଭିଡ଼ ଦେଖିବାକୁ ମିଳୁଛି । ଏପରିକି ଅଧିକାଂଶ ସ୍ଥାନରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହେଉଛି । ଏହାରି ଭିତରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ ଶେଷ ହିତାଧିକାରୀ ଯାଏ ସୁଭଦ୍ରା ପଞ୍ଜୀକରଣ ଚାଲିବ । ଆଜି ଭୁବନେଶ୍ୱରସ୍ଥ ଗାନ୍ଧୀ ମାର୍ଗରେ ସୁଭଦ୍ରା ରଥର ଶୁଭାରମ୍ଭ ବେଳେ ଶ୍ରୀମତୀ ପରିଡ଼ା ଏହା କହିଛନ୍ତି । ସେ କହିଛନ୍ତି ଯେ ଧୈର୍ଯ୍ୟ ରଖନ୍ତୁ, ଶୀଘ୍ର ସୁଭଦ୍ରା ସମସ୍ତଙ୍କ ପାଖରେ ପହଞ୍ଚିବ । ଏହାର ଶେଷ ସମୟ ସୀମା ନାହିଁ । ଶେଷ ହିତାଧିକାରୀ ଯାଏ ସୁଭଦ୍ରା ପଞ୍ଜୀକରଣ ଚାଲିବ । ଲମ୍ବା ଧାଡ଼ି ଛିଡ଼ା ନହେବାକୁ ମଧ୍ୟ ସେ ଜନସାଧାରଣଙ୍କୁ ଅପିଲ କରିଛନ୍ତି ।

ଅନ୍ୟପକ୍ଷରେସୁଭଦ୍ରା ଯୋଜନାର ଅସ୍ମିତାର ପରିଚୟ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ କହିଛନ୍ତି । ସୁଭଦ୍ରା ରଥର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି । ଏହାଛଡ଼ା ସେ କହିଛନ୍ତି ଯେ ପ୍ରତି ମହିଳାଙ୍କ ସ୍ୱପ୍ନ ପୂରଣ କରିବା ସୁଭଦ୍ରା ଯୋଜନାର ମୂଳ ଉଦେ୍ଧଶ୍ୟ । ମହିଳାଙ୍କ ଆକାକ୍ଷାଂ ପୂରଣ କରିବାରେ ଏହି ଯୋଜନା ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି । ସେହିପରି ଏହି ସଚେତନତା ରଥ ପ୍ରତି ଅଞ୍ଚଳକୁ ଯିବା ସହ ମା’ ଭଉଣୀଙ୍କୁ ସଚେତନ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପ୍ରକାଶ ଯେ ଭୁବନେଶ୍ୱରସ୍ଥ ଗାନ୍ଧୀମାର୍ଗରେ ମୁଖ୍ୟମନ୍ତ୍ରୀ ଏହି ସଚେତନତା ରଥକୁ ଶୁଭାରମ୍ଭ କରିଛନ୍ତି । ରାଜ୍ୟବ୍ୟାପୀ ଗାଁ ଠୁ ସହର ଏହି ସଚେତନତା ରଥ ବୁଲିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking