30.1 C
Bhubaneswar
Friday, May 9, 2025
Homeଦେଶ ବିଦେଶଯନ୍ତ୍ରଣାକୁ ମାତ୍ ଦେଇ ଖୁସିରେ ଚାଲିଛି ଜୀବନ

ଯନ୍ତ୍ରଣାକୁ ମାତ୍ ଦେଇ ଖୁସିରେ ଚାଲିଛି ଜୀବନ

ନୂଆଦିଲ୍ଲୀ : ଏମିତି ଏକ ଫଟୋ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆଖି ଓଦା ହୋଇଯିବା । ଏହି ଫଟୋରେ ଜଣେ ପିତା-ପୁତ୍ର ମଧ୍ୟରେ ଥିବା ପ୍ରେମକୁ ଦେଖାଯାଇଛି, ଯେଉଁମାନେ ସବୁ ଦୁଃଖ କଷ୍ଟଙ୍କୁ ସହି ବି ହସି ହସି ଜୀବନ ବିତାଉଛନ୍ତି । ତେବେ ଏହି ଫଟୋକୁ ଚଳିତ ବର୍ଷର ସର୍ବଶ୍ରେଷ୍ଠ ଫଟୋ ଭାବେ ବିବେଚନା କରାଯାଇଛି । ଏହି ଫଟୋକୁ ତୁର୍କୀର ଫଟୋଗ୍ରାଫର୍ ମେହମତ ଅସଲନ ଉଠେଇଛନ୍ତି ।

ଏହି ଫଟୋ ମାଧ୍ୟମରେ ମେହନତ ଅସଲନ ସୀରିଆ-ତୁର୍କୀ ସୀମାବର୍ତ୍ତୀ ହେଟେସ୍ଥ ରେହନାଲୀରେ ରହୁଥିବା ଜଣେ ସୀରିଆନ ଶରଣାର୍ଥୀ ପିତା-ପୁତ୍ରଙ୍କ ଖୁସିକୁ ଦେଖେଇଛନ୍ତି । ଏହି ଫଟୋରେ ଦେଖାଯାଏ ଯେ ବାପ-ପୁଅ ଉଭୟ ଦିବ୍ୟାଙ୍ଗ । ଏନେଇ ତାଙ୍କ ମନରେ ଟିକେ ବି ଦୁଃଖ ନ ଥିବା ଏହି ଫଟୋ ପ୍ରାମାଣିତ କରେ । ସେମାଙ୍କ ମୁହଁରେ ସତେଯେପରି ସବୁତିକ ଆନନ୍ଦ ବସା ବାନ୍ଧିଛି । ଏନେଇ ଏହି ଫଟୋ ଅନ୍ତର୍ଜାତୀୟ ପୁରସ୍କାର ୨୦୨୧ରେ ‘ଫଟୋ ଅଫ୍ ଦି ଇୟର ପାଇଁ ନିର୍ବାଚିତ ହୋଇଛି । ଏହି ଫଟୋରେ ଦେଖାଯାଉଥିବା ପିତା ଜଣକ ସୀରିଆର ଏକ ବଜାରରେ ହୋଇଥିବା ବୋମା ବିସ୍ଫୋରଣରେ ତାଙ୍କର ଗୋଟିଏ ଗୋଡ ହରେଇଥିଲେ । ଏହି ସମୟରେ ତାଙ୍କ ଗର୍ଭବତୀ ପତ୍ନୀ ଗୃହଯୁଦ୍ଧ କାରଣରୁ ଏକ ବିଷାକ୍ତ ଗ୍ୟାସର ସଂସ୍ପର୍ଶରେ ଆସିଯାଇଥିଲେ । ଏହି ବିଷାକ୍ତ ଗ୍ୟାସ୍ ତାଙ୍କ ଗର୍ଭସ୍ଥ ଶିଶୁ ଉପରେ ବହୁତ ପ୍ରଭାବ ପକେଇଥିଲା । ଫଳରେ ଯେଉଁ ଶିଶୁଟି ଜନ୍ମ ହୋଇଥିଲା ତା’ର ହାତ ଗୋଡ ନ ଥିଲା । ଦଇବର ଇଛାକୁ କିଏ ବା ଭାଙ୍ଗିପାରିବ । ବାପାଙ୍କର ଗୋଟିଏ ଗୋଡ ନ ଥିବା ବେଳେ ପୁଅ ହାତ-ଗୋଡ ବିହୀନ । ଏହା ପରେ ମଧ୍ୟ ସେମାନେ ହସି ହସି ଜୀବନ ଜୀଉଥିବା ଦେଖାଯାଏ । ଏହାଠାରୁ ବଳୀ ଆତ୍ମବିଶ୍ୱାସ ଆଉ ବା କ’ଣ ହୋଇପାରେ । ବାପ-ପୁଅଙ୍କର ଏହି ଖୁସୀର ମୁହୁର୍ତ୍ତ ଯେତେବେଳେ ଜଣେ ଦକ୍ଷ ଫଟୋଗ୍ରାଫରର ନଜରରେ ଆସିବ ସେ କ’ଣ ଏହାକୁ ଅଣଦେଖା କରି ରହିଯିବ! ମେହନତ ଅସଲନ ମଧ୍ୟ ଏହି ସୁଯୋଗକୁ ହାତ ଛଡା କରି ନ ଥିଲେ । ତାଙ୍କ କ୍ୟାମେରା ଏହାକୁ କଏଦ କରିବାକୁ ବାଧ୍ୟ ହୋଇଥିଲା । ସୀରିଆ ଦୀର୍ଘ ଏକ ଦଶନ୍ଦୀରୁ ଅଧିକ ସମୟ ଧରି ଗୃହଯୁଦ୍ଧରେ ସନ୍ତୁଳି ହେଉଛନ୍ତି । ଯଦି ଆଜିର ସମୟରେ ଦୁନିଆର ସବୁଠାରୁ ବଡ ଶରଣାର୍ଥୀ ସଂକଟ ଦେଖାଯାଏ ତେବେ ତାହା ସୀରିଆର ହିଁ ହେବ । ଏଠାରେ ୧୧ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ହିଂସକ ଲଢେଇ ସହରରୁ ସହର ବର୍ବାଦ କରି ଚାଲିଛି । ଲୋକଙ୍କୁ ସେମାନଙ୍କ ଘର ଦ୍ୱାର ଛାଡି ପଳାୟନ କରିବାକୁ ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking