32.1 C
Bhubaneswar
Friday, October 18, 2024
Homeଖେଳଏଥର ଆଇପିଏଲ୍ ଖେଳିବେନି ଇଂଲଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନ୍ ଜୋ ରୁଟ୍

ଏଥର ଆଇପିଏଲ୍ ଖେଳିବେନି ଇଂଲଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନ୍ ଜୋ ରୁଟ୍

ଆସନ୍ତା ଡିସେମ୍ବର ୧୯ ତାରିଖରେ ହେବାକୁ ଯାଉଛି ଆଇପିଏଲ୍ ଖେଳାଳି ନିଲାମୀ ପ୍ରକ୍ରିୟା । ତେବେ ଏହା ପୂର୍ବରୁ ଏବେ ଚାଲିଛି ଖେଳାଳିମାନଙ୍କର ରିଟେନସନ୍ । ନଭେମ୍ବର ୨୬ ତାରିଖ ଖେଳାଳି ରିଟେନସନର ଶେଷ ତାରିଖ ଥିବାବେଳେ, ଏବେ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ବଡ ଅପଡେଟ୍ ।

ଆଇପିଏଲ୍ ଟିମ୍ ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ସଙ୍କୁ ନିଲାମକୁ ଛାଡିନାହିଁ । କାଉଣ୍ଟି କ୍ରିକେଟ୍ ଖେଳି ଆହତ ହେଇଥିବା ସତ୍ତେ୍ୱ ଟିମ୍ ମ୍ୟାନେଜମେଣ୍ଟ ପୃଥ୍ୱୀଙ୍କ ଉପରେ ଭରସା ରଖିଛନ୍ତି । ଅନ୍ୟପଟେ କୋଲକାତା ନାଇଟ୍ ରାଇଡର୍ସ କିନ୍ତୁ ନିଜ ଟିମର ଷ୍ଟାର ଅଲରାଉଣ୍ଡର ସାର୍ଦ୍ଦୁଲ ଠାକୁରଙ୍କୁ ରିଲିଜ୍ କରିଦେଇଛି । ଯାହାଦ୍ୱାରା କି କେକେଆରର ପର୍ସରେ ଏବେ ୧୦.୭୫ କୋଟି ଟଙ୍କା ଜମା ହେଇଛି । ୨୦୨୩ ମସିହାରେ ସାର୍ଦ୍ଦୁଲଙ୍କୁ ୧୦.୭୫ କୋଟି ଟଙ୍କା ଦେଇ କିଣିଥିଲା କେକେଆର୍ । ଅନ୍ୟପଟେ ପୃଥ୍ୱୀ ସଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ନିଜ ପାଖରେ ରଖିଥିଲେ ବି ସର୍ଫରାଜ ଖାନ୍ ଏବଂ ଅନୁଭବୀ ବ୍ୟାଟ୍ସମ୍ୟାନ୍ ମନୀଷ ପାଣ୍ଡେଙ୍କୁ ନିଲାମ ପ୍ରକ୍ରିୟାକୁ ଛାଡିଦେଇଛି । ସେହିପରି ଆରସିବି ଏବଂ ସନରାଇଜର୍ସ ହାଇଦ୍ରାବାଦ ଟିମ୍ ନିଜ ନିଜ ଭିତରେ ଖେଳାଳି ଅଦଳବଦଳ କରିଛନ୍ତି । ଆରସିବି ଦଳରେ ଥିବା ଶାହାବାଜ ଅହମ୍ମଦ ଏବେ ହାଇଦ୍ରାବାଦ୍ ଏବଂ ମୟଙ୍କ ଡାଗର ଏବେ ଆରସିବି ଜର୍ସିରେ ନଜର ଆସିବେ ।

ଏହାରି ଭିତରେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଇଂଲଣ୍ଡର ପୂର୍ବତନ ଅଧିନାୟକ ତଥା ଷ୍ଟାର ବ୍ୟାଟ୍ସମ୍ୟାନ୍ ଜୋ ରୁଟ୍ ଆଗାମୀ ଆଇପିଏଲରୁ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି । ତେଣୁ ସେ ଏଥର ରାଜସ୍ଥାନ ରୟାଲ୍ସ ସହ ରହିବେ ନାହିଁ । ସେହିପରି ଗୁଜରାଟ ଟାଇଟନ୍ସର ଅଧିନାୟକ ରହିଥିବା ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ମୁମ୍ବାଇ ଟିମକୁ ଫେରିବା ଏକପ୍ରକାର ପକ୍କା । ତେବେ ତାଙ୍କ ବଦଳରେ ଗୁଜରାଟ କେଉଁ ଖେଳାଳିଙ୍କୁ ନେଉଛି ନା ନିଜ ପର୍ସରେ ଟଙ୍କା ଜମା କରୁଛି ତାହା ଦେଖିବାକୁ ବାକି ରହିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking