24.1 C
Bhubaneswar
Friday, January 10, 2025
Homeଖେଳଦିନିକିଆ ସିରିଜ୍ ଜିତିଲା ଇଂଲଣ୍ଡ

ଦିନିକିଆ ସିରିଜ୍ ଜିତିଲା ଇଂଲଣ୍ଡ

ଢାକା : ଚଳିତ ବାଂଲାଦେଶ ବିପକ୍ଷ ଦିନିକିଆ ସିରିଜ୍‌ରେ କ୍ରମାଗତ ବିଜୟ ହାସଲ କରି ଭ୍ରମଣକାରୀ ଇଂଲଣ୍ଡ ୨-୦ରେ ଅପରାଜେୟ ଅଗ୍ରଣୀ ହାସଲ କରିଛି । ପ୍ରଥମେ ବ୍ୟାଟିଂ ପାଇ ଇଂଲଣ୍ଡ ୭ ୱିକେଟ୍ ବିନିମୟରେ ୩୨୬ ରନ୍ କରିଥିଲା । ଦଳ ପକ୍ଷରୁ ଓପନର ଜେସନ୍ ରୟ ୧୮ଟି ଚୌକା ଓ ଗୋଟିଏ ଛକା ସହ ୧୩୨ ରନ୍‌ର ଆବର୍ଷଣୀୟ ଇନିଂସ ଖେଳିଥିଲେ ।

ଏହାଛଡ଼ା ଅଧିନାୟକ ଜୋସ୍ ବଟଲର୍ ୬୪ଟି ବଲ୍ ଖେଳି ୫ଟି ଚୌକା ଓ ୨ଟି ଛକା ସହ ୭୬ ରନ୍ କରିଥିବା ବେଳେ ମୋଇନ୍ ଅଲୀ ମାତ୍ର ୩୫ଟି ବଲ୍‌ର ସମ୍ମୁଖୀନ ହୋଇ ୩ଟି ଚୌକା ଓ ୨ଟି ଛକା ମାଧ୍ୟମରେ ୪୨ ଏବଂ ସାମ୍ କୁରାନ୍ ମାତ୍ର ୧୯ଟି ବଲ୍‌ରେ ୨ଟି ଚୌକା ଓ ୩ଟି ଛକା ସହାୟତାରେ ୩୩ ରନ୍ କରି ଅପରାଜିତ ଥିଲେ । ତୃତୀୟ ୱିକେଟ୍‌ରେ ରୟ ଓ ବଟଲରଙ୍କ ମଧ୍ୟରେ ୧୦୯ ରନ୍‌ର ବଳିଷ୍ଠ ଭାଗୀଦାରୀ ମଧ୍ୟ ହୋଇଥିଲା । ବାଂଲାଦେଶ ପକ୍ଷରୁ ତାସକିନ୍ ଅହମ୍ମଦ ୩ଟି, ମେହିଦୀ ହସନ୍ ମିରାଜ୍ ୨ଟି ଏବଂ ସାକିବ୍‌-ଅଲ୍‌-ହସନ୍ ଓ ତାଇଜୁଲ୍ ଇସଲାମ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

ବ୍ୟାଟିଂରେ ଦଳ ୪୪.୪ ଓଭର୍‌ରେ ମାତ୍ର ୧୯୪ ରନ୍‌ରେ ଅଲ୍‌ଆଉଟ୍ ହେବା ଫଳରେ ଇଂଲଣ୍ଡ ବୃହତ୍ ୧୩୨ ରନ୍‌ରେ ବିଜୟୀ ହୋଇଥିଲା । ଦଳ ପକ୍ଷରୁ ସାକିବ୍ ସର୍ବାଧିକ ୫୮ ରନ୍ କରିଥିଲେ । ସେ ୬୯ଟି ବଲ୍ ଖେଳି ୫ଟି ଚୌକା ଜରିଆରେ ଏହି ରନ୍ କରିଥିବା ବେଳେ ଓପନର ତଥା ଅଧିନାୟକ ତାମିମ୍ ଇକ୍‌ବାଲ୍ ୪ଟି ଚୌକା ମାଧ୍ୟମରେ ୩୫, ମହମ୍ମଦୁଲ୍ଲା ୩ଟି ଚୌକା ସହ ୩୨, ଆଫିଫ୍ ହୋସେନ୍ ୨ଟି ଚୌକା ଓ ଗୋଟିଏ ଛକା ସହ ୨୩ ଏବଂ ତାସକିନ୍ ୪ଟି ଚୌକା ସହ ଅପରାଜିତ ୨୧ ରନ୍ କରିଥିଲେ ।

ଇଂଲଣ୍ଡ ପକ୍ଷରୁ ସାମ୍ ଓ ଆଦିଲ୍ ରଶିଦ୍ ୪ଟି ଲେଖାଏଁ ଏବଂ ମୋଇନ୍ ଗୋଟିଏ ୱିକେଟ୍ ନେଇଥିଲେ । ରୟ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥବା ବେଳେ ଅନ୍ତିମ ଦିନିକିଆଟି ଆସନ୍ତା ୬ ତାରିଖରେ ଚଟ୍ଟୋଗ୍ରାମ୍‌ଠାରେ ଖେଳାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking